Latest Odisha News

BREAKING NEWS

୮ ଘଣ୍ଟିଆ ଝାରସୁଗୁଡ଼ା ଜିଲ୍ଲା ବନ୍ଦ ପାଳନ

ଝାରସୁଗୁଡ଼ା: ୮ ଘଣ୍ଟିଆ ଝାରସୁଗୁଡ଼ା ଜିଲ୍ଲା ବନ୍ଦ ପାଳନ । ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରାଯାଉଛି । ଆଜି ବିଜେପି ପକ୍ଷରୁ ୮ ଘଣ୍ଟିଆ ଝାରସୁଗୁଡ଼ା ଜିଲ୍ଲା ବନ୍ଦ ପାଳନ କରାଯାଉଛି । ସକାଳ ୬ ଟାରୁ ଅପରାହ୍ଣ ୨ ଟା ଯାଏଁ ୮ ଘଣ୍ଟିଆ ଝାରସୁଗୁଡା ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି।

BjdElectrycity

ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତ ଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରୁ ନାହାନ୍ତି । ମମିତା ମେହେର ହତ୍ୟାକାଣ୍ଡକୁ ଚାପିବା ଉଦ୍ୟମ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଏହାର ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି ।

ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ପିକେଟିଂ ସହ ନାରାବାଜି । କେତେକ ସ୍ଥାନରେ ବିଜେପି ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ଆଜି ଝାରସୁଗୁଡ଼ା ଜିଲ୍ଲାର ଅଧିକାଂଶ ଦୋକାନବଜାର ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବ୍ୟାହତ ହୋଇଥିବା ଜଣାଯାଇଛି।
ବନ୍ଦ ପାଳନ ସମୟରେ ଅତ୍ୟାବଶ୍ୟକୀୟ ସେବା, ଦୁଇ ଚକିଆ ଯାନ ଓ ପରୀକ୍ଷାର୍ଥୀଙ୍କୁ ବାଦ ଦିଆଯାଇଛି । ବନ୍ଦର ପ୍ରଭାବରେ ସାଧାରଣଜନଜୀବନ ପ୍ରଭାବିତ ହୋଇଛି

 

Leave A Reply

Your email address will not be published.