Latest Odisha News

ରାଜଧାନୀରେ କମୁନି ପ୍ରଦୂଷଣ; ସ୍ଥିତି ଗୁରୁତର

ନୂଆଦିଲ୍ଲୀ: ଦୀପାବଳିର ଦୁଇ ଦିନ ପରେ ମଧ୍ୟ ଦିଲ୍ଲୀର ଲୋକଙ୍କୁ ପ୍ରଦୂଷଣରୁ ନିସ୍ତାର ମିଳିପାରିନାହିଁ। ଅଣନିଶ୍ବାସୀ ହୋଇପଡ଼ିଛନ୍ତି ଦିଲ୍ଲୀବାସୀ। ରିପୋର୍ଟ ଅନୁଯାୟୀ ଶନିବାର ସକାଳେ ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି। ବାୟୁ ଗୁଣବତ୍ତା ସୂଚକାଙ୍କ (AQI) 533 ରେ ରେକର୍ଡ କରାଯାଇଛି।

ରାଜଧାନୀ ଦିଲ୍ଲୀରେ ବାଣ ଫୁଟାଇବା ଯୋଗୁ ଦିଲ୍ଲୀର ବାୟୁରେ ଜହର ପାଲଟିଛି। ରାଜଧାନୀର ଆକାଶରେ କୁହୁଡିର ଏକ ଘନ ଆବରଣ ପଡିଥିବାର ଦେଖିବାକୁ ମିଳିଛି। ଅନେକ ଲୋକ ଗଳା ଯନ୍ତ୍ରଣା ଏବଂ ଆଖିରେ ଜଳାପୋଡା ଭଳି ଅଭିଯୋଗ ମଧ୍ୟ କରୁଛନ୍ତି।

ବାୟୁ ଗୁଣବତ୍ତା ସୂଚକାଙ୍କ କିମ୍ବା AQI SAFAR ପରି ସରକାରୀ ଏଜେନ୍ସି ଦ୍ବାରା ବ୍ୟବହୃତ ହୁଏ ଯାହା ବର୍ତ୍ତମାନ ବାୟୁ କେତେ ପ୍ରଦୂଷିତ ହୋଇଛି ବୋଲି ଆକଳନ କରାଯାଇଛି।

Leave A Reply

Your email address will not be published.