Latest Odisha News

BREAKING NEWS

୧୨ରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣା । ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆସନ୍ତା ୧୨ତାରିଖରେ ରାଜ୍ୟ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି । ସୋମବାର ଦିନ କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ହତ୍ୟା ଘଟଣାରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଭୂମିକାକୁ ତୀବ୍ର ନିନ୍ଦା କରାଯାଇଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଆସନ୍ତା ୧୦ଦିନ ଭିତରେ ମନ୍ତ୍ରିମଣ୍ଡଳରୁ ବହିଷ୍କାର ନ କଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି ।

ହତ୍ୟା, ଦୁଷ୍କର୍ମ, ମାନବ ଚାଲାଣ ଓ ନିଶା କାରବାର ଦ୍ରୁତ ଗତିରେ ବୃଦ୍ଧି ପାଇଛି । ମମିତା ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ପ୍ରମାଣ ଥାଇ ମଧ୍ୟ ମକଦ୍ଦମା ରୁଜୁ କରାଯାଉନାହିଁ । ମନ୍ତ୍ରୀଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା ଦାୟର କରାଯିବା ସହିତ ତାଙ୍କୁ ଗିରଫ କରାଯାଉ। ନଚେତ୍ ଆସନ୍ତା ଶୁକ୍ରବାର ଓଡ଼ିଶା ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.