Latest Odisha News

ଆର.ଜି କର ହସ୍ପିଟାଲରେ ଭଙ୍ଗାରୁଜା ନେଇ ତାତିଲେ ମମତା, କହିଲେ ଏପରି କିଛି..

କୋଲକତା: ପ୍ରାୟ ୪୦ ଜଣିଆ ଗୋଷ୍ଠୀ ଡାକ୍ତରଖାନାରେ ପ୍ରବେଶ କରି ଜରୁରୀକାଳୀନ ବିଭାଗ, ନର୍ସିଂ ୟୁନିଟ୍ ଏବଂ ମେଡିକାଲ ଷ୍ଟୋରରେ ଭଙ୍ଗାରୁଜା କରିଛନ୍ତି । ଯାହା ଦ୍ବାରା ଏହି ଉତ୍ତେଜନା ଓ ଭଙ୍ଗାରୁଜା ଯୋଗୁଁ ପ୍ରାୟ ୧୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ କ୍ଷତି ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଛନ୍ତି ।

ଏଥି ସହ ମମତା ଆର.ଜି କର ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ପାଇଁ ପୋଲିସ ପାଇଁ ଏକ ସମୟସୀମା ଧାର୍ଯ୍ୟ କରିଥିଲେ । ସେ କହିଥିଲେ ଯେ, ଯଦି ଅଗଷ୍ଟ ୧୮ ସୁଦ୍ଧା ପୋଲିସ ତଦନ୍ତ ଶେଷ ନକରେ ତେବେ ମାମଲା ସିବିଆଇକୁ ହସ୍ତାନ୍ତର କରାଯିବ । ହେଲେ ଏହାପୂର୍ବରୁ କୋଲିକତା ହାଇକୋର୍ଟ ଏହି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିଦେଇଛନ୍ତି ।

କୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ ଅସନ୍ତୋଷ ବ୍ୟକ୍ତ କରି ମମତା ବାନାର୍ଜୀ ସିବିଆଇକୁ ତଦନ୍ତ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଅଗଷ୍ଟ ୧୮ ସୁଦ୍ଧା ସିବିଆଇ ଅପରାଧୀଙ୍କୁ ଧରିବାରେ ସକ୍ଷମ ନହୁଏ, ତେବେ ଏକ ବଡ ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ‘ଆମେ ଦିଲ୍ଲୀରେ ଧାରଣା ଦେବୁ । ସୋମବାର ରାକ୍ଷୀ ପୂର୍ଣ୍ଣିମା ଦିନ ଭାଇ ଓ ଭଉଣୀଙ୍କ ସୁରକ୍ଷା ନାଁରେ ଆମର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମୁଁ ଚାହୁଁଛି ଦୋଷୀଙ୍କୁ ଫାଶୀ ଦିଆଯାଉ’।

Comments are closed.