Latest Odisha News

ମହାମଣ୍ଡଳେଶ୍ବର ହେବା ପରେ ଅଭିନୟକୁ ଫେରିବା ନେଇ ମମତା କୁଲକର୍ଣ୍ଣୀଙ୍କ ପ୍ରତିକ୍ରିୟା…

ପ୍ରୟାଗରାଜ: ପ୍ରାୟ ଏକ ଦଶନ୍ଧି ଧରି ଫିଲ୍ମ କ୍ୟାରିୟର ଏବଂ ଦୁଇ ଦଶନ୍ଧି ଧରି ସିନେମା ଜଗତରୁ ଉଭାନ ଥିବା ମମତା କୁଲକର୍ଣ୍ଣୀ ଏବେ ଖୁବ୍ ଚର୍ଚ୍ଚାରେ।

ନିକଟରେ ମମତା ମହାକୁମ୍ଭରେ ପିଣ୍ଡଦାନ କରି ସନ୍ୟାସ ଗ୍ରହଣ କରିଥିଲେ। ଏପରିକି ତାଙ୍କୁ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର କରାଯାଇଥିଲା ବେଳେ ସେ ନାମ ପରିବର୍ତ୍ତନ କରି ଯମାଈ ମମତା ନନ୍ଦ ଗିରି ବନିଛନ୍ତି।

ତେବେ ସନ୍ୟାସୀ ହେବା ପରେ ଚଳଚ୍ଚିତ୍ରକୁ ଫେରିବା ନେଇ ମମତା କୁଲକର୍ଣ୍ଣୀ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ଏବେ ଆଉ ବଲିଉଡକୁ ଫେରିବେ ନାହିଁ। ଏବେ ଏହା ମୋ ପାଇଁ ସମ୍ପୂର୍ଣ୍ଣ ଅସମ୍ଭବ ଏବଂ ଏନେଇ ମୁଁ କଳ୍ପନା ମଧ୍ଯ କରିପାରିବି ନାହିଁ। କିନ୍ନର ଆଖଡ଼ାର ଲୋକମାନେ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ଅର୍ଦ୍ଧନାରୀଶ୍ୱର ଅବତାରକୁ ଆରଧନା କରନ୍ତି।

ଏପରି ଏକ ଆଖଡ଼ାର ମହାମଣ୍ଡଳେଶ୍ୱର ହେବା ମୋ ପାଇଁ ବହୁତ କିଛି। ଏହା ମୋ ପାଇଁ ୨୩ ବର୍ଷର ଅଭ୍ୟାସ ପରେ ଏକ ଅଲିମ୍ପିକ୍ ପଦକ ଜିତିଲା ଭଳି ବୋଲି ପ୍ରକାଶ କରିଛନ୍ତି।

 

Comments are closed.