Latest Odisha News

ମହିଳା ହକି ଇଣ୍ଡିଆ ଲିଗ୍ :ଆଜି ଫାଇନାଲ ଫାଇଟ୍ , ଓଡିଶା ଓ୍ବାରିୟର୍ସ ବନାମ ସୁରମା ହକି କ୍ଲବ

ରାଞ୍ଚି: ମହିଳା ହକି ଇଣ୍ଡିଆ ଲିଗ ପ୍ରଥମ ସଂସ୍କରଣ ୨୦୨୪-୨୫ର ଆଜି ଫାଇନାଲ ଲଢେଇ । ଏହି ଫାଇଲାନ ମୁକାବିଲାରେ ଓଡିଶା ଓ୍ବାରିୟର୍ସକୁ ଭେଟିବ ସୁରମା ହକି କ୍ଲବ । ଆଜି ସନ୍ଧ୍ୟା ୬ଟାରେ ରାଞ୍ଚିର ଜୟପାଲ ସିଂହ ଷ୍ଟାଡିୟମରେ ଖେଳାଯିବ । ସିଧାପ୍ରସାରଣ ଡିଡି ସ୍ପୋର୍ଟ୍ସ, ସୋନୀ ସ୍ପୋର୍ଟ୍ସ ନେଟଓ୍ବର୍କରେ ଦେଖି ପାରିବେ ।

 

ମହିଳା ହକି ଇଣ୍ଡିଆ ଲିଗର ପ୍ରଥମ ସଂସ୍କରଣ ୧୨ ଜାନୁଆରୀରୁ ଆରମ୍ଭ ହୋଇଥିଲା । ଏହି ଲିଗ୍ ରେ ୪ଟି ଦଳ ଅଂଶ ଗ୍ରହଣ କରିଛନ୍ତି । ଓଡିଶା ଓ୍ବାରିୟର୍ସ ଦଳ ୧୧ ପଏଣ୍ଟ ସହ ତାଲିକାର ୨ୟ ସ୍ଥାନରେ ରହିଥିବାବେଳେ ସୁରମା ୧୩ପଏଣ୍ଟ ସହ ତାଲିକାର ଶୀର୍ଷରେ ରହିଛି ।

 


ରାଉରକେଲାରେ  ୨ଟି ମ୍ୟାଚ ଖେଳାଯାଇଥିବାବେଳେ ବାକି ମ୍ୟାଚ ରାଞ୍ଚିରେ ଖେଳାଯାଇଥିଲା ।

Comments are closed.