Latest Odisha News

BREAKING NEWS

ଯୁବକଙ୍କୁ ଗରମ ପାଣି ଫିଙ୍ଗି କଲବଲ କରି ହତ୍ୟା ଅଭିଯୋଗ, ୨ ଅଟକ

ଭଦ୍ରକ:ମରିଗଲା ମାନବିକତା । ଗରମ ପାଣି ଢାଳି  ଜଣେ ଯୁବକଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ବନ୍ଧଗାଁ ପଞ୍ଚାୟତର ତଳସାହି ଗାଁରୁ । ମୃତକ ଜଣକ ହେଲେ ଗଗନ ମଲ୍ଲିକ ।

ତେବେ ମୃତକଙ୍କ ପରିବାରର ଏତଲା ପରେ ୨ ଅଭିଯୁକ୍ତ ଅଟକ ଅଛନ୍ତି ।

ଅଭିଯୋଗ ଅନୁସାରେ, ବନ୍ଧ ଗାଁ ଗ୍ରାମର ଗଗନ ମଲ୍ଲିକ ସେହି ଗ୍ରାମର ରବୀନ୍ଦ୍ର ମଲ୍ଲିକଙ୍କ ଘରକୁ କାମ କରିବା ପାଇଁ ଯାଇଥିଲେ । କାମ କରିବା ପରେ ଗଗନକୁ ଘରକୁ ଡାକି ରବୀନ୍ଦ୍ର  ଦେଶୀ ମଦ ପିଇବା ପାଇଁ ଦେଇଥିଲେ । ପରେ କୌଣସି କଥାକୁ ନେଇ ଗଗନକୁ ମାଡ ମାରିବା ପରେ ତାଙ୍କ ଉପରକୁ ଗରମ ପାଣି ଫିଙ୍ଗିଥିଲେ । ମୃତକଙ୍କ ସମ୍ପର୍କୀୟ ଖବର ପାଇ ଅଭିଯୁକ୍ତର ଘରଠାରୁ ଅଳ୍ପ ଦୂରରେ ଗୁରୁତର ଅବସ୍ଥାରେ ଗଗନକୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଗଗନକୁ ମୃତ ଘୋଷଣା କରିଛନ୍ତି ।

ଏନେଇ ଗଗନଙ୍କୁ ଉକ୍ତ ଗ୍ରାମର ରବୀନ୍ଦ୍ର ମଲ୍ଲିକ ଗରମ ପାଣି ଢାଳି ବାଡେଇ ମାରି ଥିବା ନେଇ ପରିବାର ଲୋକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଛି ।

ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟତା ଜଣାପଡିବ ବୋଲି ପୋଲିସ କହିଛି ।

Comments are closed.