Latest Odisha News

ନାବାଳିକାଙ୍କୁ ଅପହରଣ ଅଭିଯୋଗରେ କ୍ରସର କର୍ମଚାରୀ ଗିରଫ

ଭବାନୀପାଟଣା: ନାବାଳିକାକୁ ଅପହରଣ କରିବା ପଡିଲା ମହଙ୍ଗା । ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଅପହରଣ ଅଭିଯୋଗରେ ଜଣେ କ୍ରସର କର୍ମଚାରୀ ଗିରଫ ହୋଇଛନ୍ତି ।  ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଛି ବିଶ୍ୱନାଥପୁର ପୋଲିସ । ଏନେଇ ବିଶ୍ୱନାଥପୁର ଥାନାରେ କେସ ନମ୍ବର ୦୯/ ୦୨୧ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ପୋଲିସ ସୁତ୍ରୁରୁ ମିଳିଥିବା ସୂଚନା ଅନୁଯାୟୀ ବିଶ୍ୱନାଥପୁର ଅଞ୍ଚଳର ଜଣେ ୧୧ ବର୍ଷୀୟା ନାବାଳିକା ଆଜି ନିଜ ଗାଁରେ ଛେଳି ଚଳାଉଥିଲେ । ପୋଖରିବନ୍ଧ ଗାଁର ରାଧେଶ୍ୟାମ ଅଗୱାଲଙ୍କ ଷ୍ଟୋନ୍ କ୍ରସରର ଅସ୍ଥାୟୀ କର୍ମଚାରୀ ବିହାର ରାଜ୍ୟର ବୁଧମା ସାହାଣୀ ତାଙ୍କୁ ବଳ ପୂର୍ବକ ଅପହରଣ କରିନେବାକୁ ଉଦ୍ୟମ କରିଥିଲେ ।

ଏହି ସମୟରେ ନାବାଳିକା ଜଣକ ପାଟି ତୁଣ୍ଡ କରିବାରୁ କାଠ କାଟୁଥିବା ନାବାଳିକାର ବାପା ପହଁଞ୍ଚି ଗାଁ ଲୋକମାନଙ୍କୁ ଡାକ ପକାଇଥିଲେ । । ଗାଁ ଲୋକମାନେ ବୁଧାମକୁ ମାଡ ମାରିଥିଲେ ।ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ଅଭିଯୁକ୍ତ ବୁଧାମକୁ ଲୋକଙ୍କ କବଳରୁ ରକ୍ଷା କରି ଥାନାକୁ ନେଇଥିଲେ ।

ଏନେଇ ନାବାଳିକା ବାପାର ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିବା ସହ ବୁଧମାକୁ ଗିରଫ କରି କୋର୍ଟ ଚାଲଣ କରିଛି ।ଏନେଇ ବିଶ୍ୱନାଥପୁର ଥାନା ଅଧିକାରୀ ରୁନୁ କୁମାର ମାଝୀ କହିଛନ୍ତି ।

Comments are closed.