Latest Odisha News

[ଭିଡିଓ] ଆକାଶରେ ଉଡିଲା କାର ପାର୍ଟସରେ ନିର୍ମିତ ହେଲିକପ୍ଟର

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ହେଲିକପ୍ଟରକୁ ନେଇ ଚର୍ଚ୍ଚା ଜୋର ଧରିଛି । କାହିଁକି ନା ଏହି ହେଲିକପ୍ଟର୍ କାରଖାନାରେ ନୁହେଁ ବରଂ କାର ଗ୍ୟାରେଜରେ ନିର୍ମିତ ହୋଇଛି । ଆକାଶରେ ଏହି ହେଲିକପ୍ଟର ଉଡୁଛି ସତ, ହେଲେ ଏଥିରେ ବ୍ୟବହାର ହୋଇଛି ଭଳିକିଭଳି ଯାନର ଯନ୍ତ୍ରାଂଶ ।

ବ୍ରାଜିଲର ଜେନେସିସ୍ ଗୋମ୍ସ ନାମକ ଜଣେ ବ୍ୟକ୍ତି ଏହି ହେଲିକପ୍ଟରକୁ ନିର୍ମାଣ କରିଛନ୍ତି । ଏଥରେ ସେ ମୁଖ୍ୟତଃ ଏକ କାର ଇଂଜିନ ବ୍ୟବହାର କରିଛନ୍ତି । ତା ଛଡା ଏଥିରେ ବାଇକ, ଟ୍ରକ, କାର ଓ ସାଇକଲର ପାର୍ଟସ୍ ମଧ୍ୟ ବ୍ୟବହାର ହୋଇଛି ।

ହେଲିକପ୍ଟରକୁ ନିର୍ମାଣ କରିଥିବା ଗୋମ୍ସ ପିଲାଟିଦିନୁ ଏଭିଏସନ୍ କ୍ଷେତ୍ରରେ ମନୋନିବେଶ କରିବାକୁ ଆଗ୍ରହୀ ଥିଲେ । ହେଲେ ଶତଚେଷ୍ଟା ସତ୍ତ୍ୱେ ତାଙ୍କୁ କୌଣସି ପ୍ରକାର ସୁଯୋଗ ମିଳିନଥିଲା । ଫଳରେ ସେ ନିଜ ଚେଷ୍ଟା ବଳରେ ଏହି ଯୁଗାଡ ହେଲିକପ୍ଟର ନିର୍ମାଣ କରିବାରେ ସଫଳ ହୋଇଥିଲେ । କିଛି ବାଟ ରାସ୍ତାରେ ଚଳାଇବା ପରେ ଶେଷରେ ଏହି ହେଲିକପ୍ଟରଟି ଟେକ୍ ଅଫ୍ କରିବାରେ ସଫଳ ହୋଇଥିଲା ।

Leave A Reply

Your email address will not be published.