Latest Odisha News

BREAKING NEWS

ଜେଲରେ କେତେ ସୁରକ୍ଷିତ କଏଦୀ ? କୋର୍ଟକୁ ଯିବାବେଳେ ଆକ୍ରମଣ କଲେ ଅନ୍ୟ ଅନ୍ତେବାସୀ

ମାଲକାନଗିରି: କଣ୍ଟାବାଞ୍ଜି ଜେଲରେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ପରେ ଜେଲରେ କଏଦୀ ସୁରକ୍ଷା ନେଇ ପ୍ରଶ୍ନ ଉଠିଥିଲା । ଆଜି ମାଲକାନଗିରି ଉପକାରାଗାରରେ ଜଣେ ବିଚାରାଧୀନ କଏଦୀକୁ ଅନ୍ୟ ଜଣେ କଏଦୀ ମରଣାନ୍ତକ ଆକ୍ରମଣ କରିବା ପରେ ଜେଲରେ କଏଦୀ କେତେ ସୁରକ୍ଷିତ ସେ ନେଇ ପ୍ରଶ୍ନ ଉଠିଛି । ଆହତ ବିଚାରାଧୀନ କଏଦୀକୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ନିଜ ସ୍ତ୍ରୀର କିଡନୀ ବିକ୍ରି କରିଥିବା ଅଭିଯୋଗରେ ମାଲକାନଗିରି ଆଦର୍ଶ ଥାନା ପୋଲିସ କୋତାମେଟା ଗାଁର ପ୍ରଶାନ୍ତ କୁଣ୍ଡୁଙ୍କୁ ଗିରଫ କରିଥିଲା । ସେ ବିଚାରାଧୀନ କଏଦୀ ଭାବେ ମାଲକାନଗିରିର ଉପକାରାଗାରରେ ଥିଲେ । ଆଜି ନ୍ୟାୟିକ ବିଚାର ପାଇଁ କୋର୍ଟକୁ ଯିବାବେଳେ ଜେଲରେ ଥିବା ମୁନା ବରାଳ ନାମଙ୍କ କଏଦୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଜେଲ୍ କର୍ତ୍ତୃପକ୍ଷ ପ୍ରଶାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ନାକରେ ଆଘାତ ଲାଗିଛି । ପ୍ରଶାନ୍ତ କୁଣ୍ଡୁଙ୍କ ଅବସ୍ଥା ଭଲ ଥିବା ସୂଚନା ଦେଇଛନ୍ତି ଡାକ୍ତର । ତେବେ ଜେଲରେ କଡ଼ା ସୁରକ୍ଷା ଭିତରେ କିଭଳି କଏଦୀ ମାରପିଟ୍ ହେଉଛନ୍ତି ତାକୁ ନେଇ ପ୍ରଶ୍ନ ଉଠୁଛି ।

କିଛିଦିନ ତଳେ ମମିତା ମେହର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କଣ୍ଟାବାଞ୍ଜି ଉପକାରାଗାରରେ ଆତ୍ମହତ୍ୟା କରିଥିଲେ ମଧ୍ୟ କେହି ଜାଣି ପାରି ନଥିଲେ । କଡ଼ା ସୁରକ୍ଷା ମଧ୍ୟରେ ବିଭିନ୍ନ ଜେଲରେ ଏଭଳି ଘଟଣା ଘଟୁଥିବାରୁ ଜେଲରେ କଏଦୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି ।

Leave A Reply

Your email address will not be published.