Latest Odisha News

ପାଠରେ ଫେଲ୍, ଚୋରି ବିଦ୍ୟାରେ ପାରଙ୍ଗମ: ୨ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତ ଗିରଫ

ବାଲେଶ୍ୱର: ପାଠରେ ଫେଲ୍ କିନ୍ତୁ ଚୋରି ବିଦ୍ୟାରେ ପାରଙ୍ଗମ। ଚୋରି କରି ଠକେଇ କରିଥିବା ଅଭିଯୋଗରେ ଗିରଫ ହୋଇଛି ଏହି ଠକ ରମେଶ ପାଢୀ। ୨ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ବାଲେଶ୍ୱର ପୁଲିସ ସୋର ଅଞ୍ଚଳର ରମେଶ ପାଢ଼ୀଙ୍କୁ ଗିରଫ କରିଛି।

ରମେଶ ପାଢ଼ୀ ଅସହାୟ ଯୁବକଙ୍କୁ ବ୍ୟାଙ୍କ ଓ ବିଭିନ୍ନ ସରକାରୀ କ୍ଷେତ୍ରରେ ଚାକିରି ସୁଯୋଗ ଦେବାକୁ ପ୍ରତିଶ୍ରୁତି ଦେଇଥିବା ଅଭିଯୋଗ ହୋଇଛି। ମୁଖ୍ୟ ଶାସନ ସଚିବ ଓ ଜିଲ୍ଲାପାଳଙ୍କ ସମେତ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ସଂପୃକ୍ତି ଥିବା କହି ରମେଶ ପାଢ଼ୀ ଜାଲିଆତି କରି ପ୍ରତ୍ୟେକ ବ୍ୟକ୍ତିଙ୍କଠାରୁ ପ୍ରାୟ ୩ରୁ ୪ ଲକ୍ଷ ଟଙ୍କା ଆଦାୟ କରିଥିବା ଅଭିଯୋଗ କରିଛନ୍ତି କ୍ଷତିଗ୍ରସ୍ତ। ଏହାସହ ହାଇକୋର୍ଟଙ୍କ ନକଲି ନିର୍ଦ୍ଦେଶ ଓ ସରକାରୀ ଚିଠି ଦେଇ ଠକେଇ କରିଥିବା ଅଭିଯୋଗ ହୋଇଛି।

ଠକ ଚାକିରି ଖୋଜୁଥିବା ଲୋକଙ୍କ ଅଭିଯୋଗ ପରେ ଏହି ଠକେଇ ପଦାକୁ ଆସିବା ପରେ ପାଢ଼ୀଙ୍କୁ ଗିରଫ କରାଯାଇଛି। ଏହି ଠକେଇ ଯୋଜନାର ସମ୍ପୂର୍ଣ୍ଣ ପର୍ଦ୍ଦାଫାସ ପାଇଁ ତଦନ୍ତ ଜାରି ରହିଥିବା ପୁଲିସ ସ୍ପଷ୍ଟ କରିଛି।

Comments are closed.