Latest Odisha News

BREAKING NEWS

ସ୍ତ୍ରୀ ବିନା ବିଦେଶ ଯାତ୍ରା କରି ମୁମ୍ବାଇ ଏୟାରପୋର୍ଟରୁ ଗିରଫ

ମୁମ୍ବାଇ: ସ୍ତ୍ରୀ ବିନା ବିଦେଶ ଯାତ୍ରା କରିବା ଜଣେ ୩୨ ବର୍ଷୀୟ ଯୁବକଙ୍କୁ ମହଙ୍ଗା ପଡ଼ିଛି । ଗୁରୁବାର ଜଣେ ଯୁବକ ଏଥିପାଇଁ ମୁମ୍ବାଇ ଏୟାରପୋର୍ଟରେ ଗିରଫ ହୋଇଛନ୍ତି । ଏହି ବ୍ୟକ୍ତି ଜଣକ ପତ୍ନୀଙ୍କ ବିନା ବିଦେଶ ଯାତ୍ରା କରିଥିଲେ । ଆଉ ଏହି ଯାତ୍ରା ବିଷୟରେ ପତ୍ନୀଙ୍କୁ ଅଜ୍ଞାତ ରଖିବା ପାଇଁ ପାସପୋର୍ଟରୁ ଶେଷ ଭିସା ଷ୍ଟାମ୍ପ ଲାଗିଥିବା କାଗଜ ଚିରି ଦେଇଥିଲେ ।

ବିଦେଶରୁ ଫେରି ଯେତେବେଳେ ମୁମ୍ବାଇ ଏୟାରପୋର୍ଟର ଇମିଗ୍ରେସନ ସେକ୍ସନରେ ଚେକିଂ ବା ଯାଞ୍ଚ ହୋଇଥିଲା । ସେତେବେଳେ ଏହି ବ୍ୟକ୍ତିଙ୍କ ଠକ ଚରିତ୍ର ଧରାପଡ଼ିଥିଲା । ଇମିଗ୍ରେସନ ଅଫିସିଆଲ ଦେଖିଥିଲେ ଯେ, ପାସପୋର୍ଟ କିଛି ଭିସା ଷ୍ଟାମ୍ପ ଚିରାଯାଇଛି । ଏନେଇ ପଚରାଉଚୁରା କରିବା ପରେ ବ୍ୟକ୍ତି ଜଣକ ତାଙ୍କ ପରକୀୟ ପ୍ରୀତି ବିଷୟରେ କହିଥିଲେ ।

ସେ ସ୍ତ୍ରୀଙ୍କ ବ୍ୟତୀତ ବିଦେଶରେ ରହୁଥିବା ବାନ୍ଧବୀଙ୍କ ଭେଟିବାକୁ ଯାଇଥିଲେ । ଏହି ଯାତ୍ରା ବିଷୟରେ ସ୍ତ୍ରୀଙ୍କୁ ଅଜ୍ଞାତ ରଖିବା ପାଇଁ ସେ କିଛି ଭିସା ଷ୍ଟାମ୍ପ ଚିରିଦେଇଛନ୍ତି । ଏହା ଏକ ଦଣ୍ଡନୀୟ ଅପରାଧ ବୋଲି ସେ ଜାଣିନଥିଲେ ।

ଏବେ ପୋଲିସ ତାଙ୍କୁ ଠକେଇ ପାଇଁ ଗିରଫ କରିଛି ଓ ଆଗାମୀ ତଦନ୍ତ ପନ୍ଥା ଜାରି ରହିଛି ।

Leave A Reply

Your email address will not be published.