Latest Odisha News

BREAKING NEWS

ଗଂଜାମରେ ଯୁବକଙ୍କୁ ହତ୍ୟା

ବ୍ରହ୍ମପୁର: ଗଂଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁରୀ କାଳୁଆ ନିକଟରେ ଜଣଙ୍କ ମୃତଦେହ ରବିବାର ସକାଳେ ମିଳିଛି। ମୃତକ ଜଣଙ୍କ ବ୍ରହ୍ମପୁର ଖଲାସୀ ସାହିର ଶିବ ବେହେରା ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।

ରବିବାର ସକାଳେ ଶିବଙ୍କ ମୃତଦେହ ପଡିଥିବା ନେଇ ସ୍ଥାନୀୟ ଲୋକେ ଦେଖିବା ପରେ ପୋଲିସକୁ ସୂଚନା ଦେଇଥିଲେ। ବ୍ରହ୍ମପୁର ଏସ୍ପି ସର୍ବଣା ବିବେକ ଏମ୍ ଏବଂ ଦିଗପହଣ୍ଡି ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ପୂର୍ବ ଶତ୍ରୁତାରୁ ଶିବଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ସୂଚନା ମିଳିଛି।

Leave A Reply

Your email address will not be published.