Latest Odisha News

BREAKING NEWS

ସୋସିଆଲ ମିଡିଆରେ ପତ୍ନୀଙ୍କ ଆପତ୍ତିଜନକ ଫଟୋ ଛାଡି ସ୍ୱାମୀ ଗିରଫ

କଟକ : କଟକ ଜିଲ୍ଲା ନେମାଲ ଅନ୍ତର୍ଗତ କେରିଲୋ ଗ୍ରାମରେ ନିଜ ପତ୍ନୀଙ୍କ ଆପତ୍ତିଜନକ ଫଟୋକୁ ସୋସିଆଲ ମିଡିଆରେ ଛାଡିବା ଅଭିଯୋଗରେ ଜଣେ ଯୁବକଙ୍କୁ ଆଜି ପୋଲିସ ଗିରଫ କରିଛି ।

ଉକ୍ତ ଗିରଫ ଯୁବକ ଜଣଙ୍କ ବିକାଶ ରଂଜନ ସିଂହ, ଭୁବନେଶ୍ୱରର ଚିନ୍ତାମଣୀସ୍ୱର ଅଞ୍ଚଳର ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ବିକାଶ ସମ୍ପୃକ୍ତ ମହିଳାଙ୍କୁ କୋର୍ଟରେ ବାହା ହୋଇଥିଲା । ପରବର୍ତ୍ତୀ ସମୟରେ ଯୌତୁକ ପାଇଁ ଉକ୍ତ ମହିଳାଙ୍କୁ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲା । ଏଭଳି ଘଟଣା ପରେ ମହିଳା ଜଣଙ୍କ ଛାଡପତ୍ର ପାଇଁ କୋର୍ଟର ଆଶ୍ରୟ ନେଇଥିଲେ ।

ସୁତ୍ରରୁ ପ୍ରକାଶ ଯେ ଏହି ମାମାଲା କୋର୍ଟରେ ବିଚାରଧିନ ଥିବାବେଳେ ବିକାଶ ସୋସିଆଲ ମିଡିଆରେ ମହିଳାଙ୍କ ଅନେକ ଆପତ୍ତିଜନକ ଫଟୋ ସହ ଅଶାଳୀନ ମନ୍ତବ୍ୟ ମଧ୍ୟ ପୋଷ୍ଟ କରିଥିଲା ।

ତେବେ ଏହି ଘଟଣାରେ ମହିଳାଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ପୋଲିସ ସମ୍ପୃକ୍ତ ଯୁବକକୁ ଗିରଫ କରିବା ସହ ତଦନ୍ତ ଜାରି ରଖିଥିବାନେଇ ନେମାଳ ଥାନାର ଭାରପ୍ରାପ୍ତ ଥାନାଧିକାରୀ ପ୍ରଭାତ କୁମାର ମଲ୍ଲିକ କହିଛନ୍ତି ।

Leave A Reply

Your email address will not be published.