ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ତା ନାଁ ଶଙ୍କର୍ଷଣ ଦେହୁରୀ । ଘର ଯାଜପୁର ଜିଲ୍ଲା କାଳିଆପଣିରେ । ସେ ପୀଡ଼ିତାଙ୍କ ଧରମ ମାମୁଁ ବୋଲି ଜଣା ପଡ଼ିଛି । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ । ଏନେଇ ସୂଚନା ଦେଇଛନ୍ତି କାମାକ୍ଷାନଗର ଏସଡିପିଓ ।
ପଚରାଉଚରା ବେଳେ ଶଙ୍କର୍ଷଣ ଦେହୁରୀ ସବୁ କଥା ମାନିଥିବା କହିଛି ପୋଲିସ । ଗତ ୧୩ ତାରିଖରେ କଙ୍କଡ଼ାହାଡ଼ ଥାନା ଖରଖରି ଗାଁ ହାଟ ପାଖ ମାରାମ୍ବୁରୁ ନାଳରୁ ୪ ବର୍ଷର ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । କେହି ଦୁର୍ବୃତ୍ତ ଦୁଷ୍କର୍ମ ପରେ ନିର୍ମମ ଭାବରେ ହତ୍ୟା କରି ଫିଙ୍ଗି ଦେଇଥିଲା ।
ଏହି ଘଟଣାରେ ୫ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା ଢେଙ୍କାନାଳ ଥାନା ପୋଲିସ । ୧୨ତାରିଖରେ ଖେଳିବାକୁ ଯାଇ ଆଉ ଘରକୁ ଫେରି ନଥିଲେ ନାବାଳିକା । ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ । ଶୁକ୍ରବାର ସକାଳେ ମାରାମ୍ବୁରୁ ନାଳରୁ ଉଦ୍ଧାର ହୋଇଥିଲା ନାବାଳିକାଙ୍କ ମୃତଦେହ ।
Comments are closed.