Latest Odisha News

BREAKING NEWS

ରାଜଧାନୀରେ ନକଲି ଚା’ ବିକ୍ରି କରିବା ଅଭିଯୋଗରେ ବ୍ୟବସାୟୀ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଶନିବାର ଦିନ ‘ଟାଟା ଟି ପ୍ରିମିୟମ’ ନାମରେ ନକଲି ଚା’ ପ୍ୟାକେଜିଂ କରିବା ସହିତ ବିକ୍ରି କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ପୋଲିସ ଗିରଫ କରି କୋର୍ଟକୁ ଚାଲାଣ କରିଛି ।

ମିଳିଥିବା ସୂଚନାନୁଯାୟୀ, ଟାଙ୍ଗୀ ଅଞ୍ଚଳର କନ୍ଦ ଦାସ (୩୨) ନାମକ ଜଣେ ବ୍ୟକ୍ତି ‘ଟାଟା ଟି ପ୍ରିମିୟମ’ ନାମରେ ନକଲି ଚା’ ପ୍ୟାକେଜିଂ କରିବା ସହିତ ବିକ୍ରି କରୁଥିଲେ । ସେ ଏହି ପ୍ୟାକେଜିଂ ସାମଗ୍ରୀ ଗୁଡ଼ିକୁ ଅତି କମ ଦରରେ କିଣିବା ସହିତ ସେଗୁଡ଼ିକୁ ନକଲି ଚାରେ ଲେବଲ୍ ଦେଇ ବଜାରକୁ ଛାଡୁଥିଲେ ।

ପୋଲିସ କୌଣସି ସୂତ୍ରରୁ ଏହା ଜାଣିବା ପରେ ଏହି ନକଲି ଚା’ କାରଖାନା ଉପରେ ଚଢଉ କରିଥିଲେ । ପୋଲିସର ଏହି ଚଢଉରେ ୨ ବସ୍ତା ନକଲି ଚା’, ପ୍ୟାକେଜିଂ ମେସିନ ଏବଂ ପ୍ଲାଷ୍ଟିକ ଲେବଲ୍ ଜରି ଜବତ ହୋଇପାରିଛି । ପୋଲିସ ଅଭିଯୁକ୍ତ କନ୍ଦକୁ ଗିରଫ କରିବା ସହିତ ପରେ କୋର୍ଟକୁ ଚାଲାଣ କରିଛନ୍ତି ।

Leave A Reply

Your email address will not be published.