Latest Odisha News

BREAKING NEWS

ଜେଇଇ ମେନ୍ ପରୀକ୍ଷା ଫଳ ପ୍ରକାଶିତ

ନୂଆଦିଲ୍ଲୀ: ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ)ପକ୍ଷରୁ ଶନିବାର ଦିନ ଜେଇଇ ମେନ୍ – ୨୦୧୯ ପରୀକ୍ଷା ଫଳ ପ୍ରକାଶିତ ହୋଇଛି ।

ପରୀକ୍ଷାର୍ଥୀମାନେ ଜେଇଇ ମେନ୍ – ୨୦୧୯ ପରୀକ୍ଷା ଫଳ ସ୍କୋର ଜାଣିବାକୁ ଚାହିଁଲେ  www.jeemain.nic.in ୱେବସାଇଟରେ ସେମାନଙ୍କର ଆବେଦନ ନଂ ଏବଂ ଜନ୍ମ ଦିବସ ତାରିଖ ବା ପାସୱାଡ଼ ଦେଇ ଲଗଅନ୍ କରି ଜାଣିପାରିବେ ।

ଏହି ପରୀକ୍ଷା ବିଭିନ୍ନ ସିଫ୍ଟ ଅନୁଯାୟୀ ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତ ତାଲିକା ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ)ପକ୍ଷରୁ ପ୍ରକାଶିତ ହୋଇଛି ।

ତେବେ ଏପ୍ରିଲ ସେସନର ଜେଇଇ ମେନ୍ ପରୀକ୍ଷା ଏହି ପଦ୍ଧତି ଦ୍ୱାରା ଅନୁଷ୍ଠିତ ହୋଇ ଏପ୍ରିଲ ୩୦ ତାରିଖରେ ସମାପ୍ତ ହେବ । ଏହି ପରୀକ୍ଷାରେ କୃତକାର୍ଯ୍ୟ ହାସଲ କରିଥିବା ପରିକ୍ଷାର୍ଥୀଙ୍କ ଫଳାଫଳ ଏପ୍ରିଲ ୩୦ ତାରିଖରେ ଘୋଷିତ ହେବ ।

ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଜେଇଇ ମେନ୍ – ୨୦୧୯ ପରୀକ୍ଷା ଫଳ ଏପ୍ରିଲ ୩୦ ତାରିଖ ଦିନ ପ୍ରକାଶିତ ହେବ ।

ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନେ ଦେଶର ବିଭିନ୍ନ ପ୍ରମୁଖ ଶିକ୍ଷାନୁଷ୍ଠାନ ଯଥା – ଏନଆଇଟି, ଆଇଆଇଟି ଏବଂ ଜିଏଫଟିଆଇ ରେ ବିଟେକ୍ କୋର୍ସ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଆବେଦନ କରିପାରିବେ ।

ଏହି ପରୀକ୍ଷା ଲାଗି ଭାରତର ବିଭିନ୍ନ ସହରଗୁଡ଼ିକ ସହିତ ଅନ୍ୟ ଦେଶ ଗୁଡ଼ିକରେ ମଧ୍ୟ ସମୁଦାୟ ୪୬୭ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା । ତେବେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ୧ମ ଥର ଲାଗି ଏହି ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହୋଇଛି ।

Leave A Reply

Your email address will not be published.