Latest Odisha News

ଲିଭ-ଇନ ପାର୍ଟନରଙ୍କୁ ହତ୍ୟା: ମୁମ୍ବାଇରୁ ଗିରଫ ହେଲେ ଓଡ଼ିଆ ଯୁବକ

ମୁମ୍ବାଇ/ଭୁବନେଶ୍ୱର:ମୁମ୍ବାଇ କ୍ରାଇମବ୍ରାଞ୍ଚ ଓଡ଼ିଶାର ଜଣେ ୨୨ ବର୍ଷର ଯୁବକଙ୍କୁ ଗିରଫ କରିଛି । ଯୁବକ ଜଣକ ତାଙ୍କ ଲିଭ-ଇନ-ପାର୍ଟନରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଯୁବକ ଲିଭ-ଇନ-ପାର୍ଟନରଙ୍କୁ ହତ୍ୟା କରିବା ପରେ ରବିବାର ମୃତ ଦେହକୁ ଏକ ଆଟାଜରେ ଭର୍ତ୍ତି କରି କୁର୍ଲା ସିଏସଟି-ଏଲବିଏସ ମାର୍ଗରେ ଏକ ନିର୍ମାଣାକାର୍ଯ୍ୟ ଚାଲିଥିବା ଅଞ୍ଚଳରେ ପକାଇ ଦେଇ ପଳାଇ ଯାଇଥିଲେ ।

BjdElectrycity

ଗିରଫ ଯୁବକଙ୍କ ନାଁ ଅସ୍କର ମନୋଜ ବାର୍ଲା ଏବଂ ତାଙ୍କ ଘର ସୁନ୍ଦରଗଡ ଜିଲ୍ଲାରେ । ମଙ୍ଗଳବାର ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସ ତାଙ୍କୁ ଥାନେ ଷ୍ଟେସନରୁ ଗିରଫ କରିଥିଲା । ସେ ଘରକୁ ଫେରୁଥିବାବେଳେ ଗିରଫ ହୋଇଥିବା ଜଣାଯାଇଛି । ସେ ମୁମ୍ବାଇର ସିଅନ ଅଞ୍ଚଳରେ ଏକ ମିଠା ଦୋକାନରେ କାମ କରୁଥିଲେ । ସେ ସେଠରେ ପ୍ରତିମା ପାଭଲ କିସ୍ପାଟ୍ଟାଙ୍କ ସହ ଏକାଠି ରହୁଥିଲେ । ଓଡ଼ିଶା ବାସିନ୍ଦା ପ୍ରତିମା ସେଠାରେ ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ହାଉସକିପିଂ ଷ୍ଟାଫ ଭାବେ କାମ କରୁଥିଲେ ।

ମିଳିଥିବା ସୂଚନା ଅନୁସାରେ, କୋଭିଡ ସମୟରେ ଉଭୟଙ୍କ ମଧ୍ୟରେ ଦେଖାସାକ୍ଷାତ ହୋଇଥିଲା । ମୁମ୍ବାଇରେ ଲକଡାଉନ ଘୋଷଣା କରାଯିବା ପରେ ଉଭୟେ ଘରକୁ ଫେରିବା ପାଇଁ ଗୋଟିଏ ବସଷ୍ଟପରେ ପରସ୍ପରକୁ ଭେଟିଥିଲେ । ସେହିବର୍ଷ ଜୁଲାଇରେ ସମାନେ ପୁଣି ମୁମ୍ବାଇ ଫେରିଥିଲେ ଏବଂ ଏକାଠି ରହୁଥିଲେ । ଗତମାସରେ ସେମାନେ ଧରାବିକୁ ସିଫ୍ଟ କରିଥିଲେ । କାରଣ ପ୍ରତିମାଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ସମ୍ପର୍କ ଥିବା ବାର୍ଲା ସନ୍ଦେହ କରୁଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଗଣ୍ଡେଗୋଳ ମଧ୍ୟ ଘଟୁଥିଲା ।

ଗତ ଶନିବାର ରାତିରେ ଉଭୟଙ୍କ ମଧ୍ୟରେ ଝଗଡା ଉଗ୍ର ରୂପ ନେଇଥିଲା । ଉତ୍ତ୍ୟକ୍ତ ବର୍ଲା ପ୍ରତିମାଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଏକ ସୁଟକେସରେ ଭର୍ତ୍ତି କରି ଅଟୋ ଭଡା କରି ରବିବାର ସକାଳେ ରେଳ ଷ୍ଟେସନ ନିକଟରେ ପହଞ୍ଚିଥିଲେ । ସେ ଭାବିଥିଲେ ବ୍ୟାଗକୁ ଧରି ଟ୍ରେନରେ ପଳାଇ ଆସିବେ ଏବଂ ଯେଉଁଠି ସୁବିଧା ହେବ ସେଠାରେ ଫିଙ୍ଗିଦେବେ । ହେଲେ ସେ ତାହା ନ କରି  ସୁଟକେଶ ଧରି ଷ୍ଟେସନରୁ ଚାଲି ଆସିଲେ । ସେଠାରୁ କୁର୍ଲା ଫେରିବାବେଳେ ବାଟରେ ମେଟ୍ରୋ ପ୍ରୋଜେକ୍ଟ କାମ ଚାଲିଥିବା ଦେଖିଲେ । ସେଠାରେ ବ୍ୟାରିକେଟ ପାଖରେ ସୁଟକେଶକୁ ରଖି ପୁଣି ଷ୍ଟେସନ ଆସିଲେ ଏବଂ ଗୋଦାନ ଏକ୍ସପ୍ରେସରେ ବସିଥିଲେ । ହେଲେ ଥାନେ ଷ୍ଟେସନରେ ସେ ଓହ୍ଲାଇ ଓଡ଼ିଶାକୁ ଟିକେଟ କରିଥିଲେ । ସେ ତାଙ୍କ ସିମ ବଦଳାଇ ଏକ ନୂଆ ସିମ ମଧ୍ୟ ଆଣିଥିଲେ ।

ଏପଟେ ସୁଟକେଶକୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାର ତଦନ୍ତ କରି ମୃତ ଯୁବତୀଙ୍କ ପରିଚୟ ପାଇଥିଲା । ଘଟଣାର ତଦନ୍ତ କରି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା । ପରେ ମନୋଜଙ୍କୁ ଗିରଫ କରିଥିଲା ।

Leave A Reply

Your email address will not be published.