Latest Odisha News

BREAKING NEWS

ପାଠ ନ ଆସିବାରୁ ଶିକ୍ଷକ କଲେ ଉଠବସ୍, ଚାଲିଗଲା ଛାତ୍ରଙ୍କ ଜୀବନ

ଯାଜପୁର: ପାଠ ନ ଆସିବାରୁ ଶିକ୍ଷକ କଲେ ଉଠବସ୍ । ହଠାତ୍ ବେହୋସ୍ ହୋଇଗଲେ ଛାତ୍ର । ଡାକ୍ତରଖାନାରେ ଭର୍ତ୍ତି କଲେ ଶିକ୍ଷକ ହେଲେ ଚାଲିଗଲା ଛାତ୍ରର ଜୀବନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁ ଜିଲ୍ଲା କୁଆଖିଆ ଥାନା ବାହାଦଲାପୁର ପଞ୍ଚାୟତ ଓରାଳି ଗ୍ରାମରେ ।

ସୂଚନା ଅନୁସାରେ, ବାହାଦଲାପୁର ପଞ୍ଚାୟତ ଓରାଳି ଗ୍ରାମର ନିତ୍ୟାନନ୍ଦ ସେଠୀଙ୍କ ପୁତ୍ର ରୁଦ୍ର ନାରାୟଣ ସେଠୀ ଓରାଳି ସୂର୍ଯ୍ୟନାରାୟଣ ପ୍ରାଥମିକ ବିଦ୍ୟାଳୟ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିଲେ । ଗତକାଲି ରୁଦ୍ର ତାର ୪/୫ ଜଣ ସାଙ୍ଗ ପିଲାଙ୍କ ସହିତ ସ୍କୁଲ ହତା ଭିତରେ ଖେଳୁଥିଲେ । ପିଲାଙ୍କୁ ଖେଳୁଥିବାର ଦେଖି ବିଦ୍ୟାଳୟର ଜଣେ ଶିକ୍ଷକ ପିଲାମାନଙ୍କୁ ପାଖକୁ ଡାକି ପାଠ ସମ୍ୱନ୍ଧରେ ଗୋଟିଏ ପ୍ରଶ୍ନ ପଚାରିଥିଲେ । କିନ୍ତୁ ପିଲାମାନେ ତାହାର ଉତ୍ତର ଦେଇପାରିନଥିଲେ । ତେଣୁ ଶିକ୍ଷକ ଜଣଙ୍କ ପିଲାଙ୍କୁ ବସଉଠ ହେବାକୁ କହିଥିଲେ । ବସଉଠ ସମୟରେ ମାତ୍ର ଦୁଇ ଥର ବସଉଠ୍ ହୋଇ ରୁଦ୍ର ବେହୋସ ହୋଇ ତଳେ ପଡିଯାଇଥିଲେ । ସଙ୍ଗେ ସଙ୍ଗେ ଶିକ୍ଷକ ରୁଦ୍ରର ପିତାଙ୍କ ନିକଟକୁ ଖବର ଦେଇଥିଲେ ।

ପରେ ରୁଦ୍ରକୁ ସ୍ଥାନୀୟ ମଧୁବନ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ କିନ୍ତୁ ପରିବାର ଲୋକଙ୍କ ମନ ନବୁଝିବାରୁ ରୁଦ୍ରଙ୍କୁ ମଧୁବନ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ କେନ୍ଦ୍ର ଓ ପରେ କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲେ । ବଡ ମେଡିକାଲର ବିଭାଗୀୟ ଡାକ୍ତର ମଧ୍ୟ ରୁଦ୍ରର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ । ଅଚାନକ୍ ରୁଦ୍ରର ଏପରି ମୃତ୍ୟୁ ଖବର ଶୁଣି ପୁରା ଗାଁରେ ଏବେ ଶୋକର ଛାୟା ଖେଳିଯାଇଛି ।

 

 

 

 

Leave A Reply

Your email address will not be published.