Latest Odisha News

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ନିର୍ମମ ଭାବେ ହତ୍ୟା

ପୁରୀ: କୁମ୍ଭାରପଡ଼ା ଥାନା ଜଟିଆବାବାଜି ଛକରେ ବୀଭତ୍ସ ହତ୍ୟାକାଣ୍ଡ। ମୃତ ଯୁବକ ନରେନ୍ଦ୍ର କୋଣ ଗୋପବନ୍ଧୁ କଲୋନୀର ଲଡୁ ନାୟକ ବୋଲି ଜଣାପଡିଛି। ବଚସାରୁ କିଛି ଯୁବକମାନେ ମିଶି ଲଡୁଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ସଂପୃକ୍ତ ଯୁବକମାନେ ଲୁହା ପାଇପ୍‌ ସାହାଯ୍ୟରେ ଲଡୁଙ୍କୁ ପିଟି ପିଟି ହତ୍ୟା କରିଥିଲେ। ଲଡୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିବା ପରେ ଆକ୍ରମଣକାରୀ ଖସି ପଳାଇଥିଲେ।

ଖବର ପାଇ ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଯୁବକଙ୍କୁ ତୁରନ୍ତ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଲଡୁ ନାୟକଙ୍କୁ ତାଙ୍କ ପଡୋଶୀ ଗଙ୍ଗାଧର ନାୟକ ଓ ତାଙ୍କ ଦୁଇ ପୁଅ ସଚି ନାୟକ ଏବଂ ସୁନ୍ଦନ ନାୟକ ଏହି ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହତ୍ୟାକାଣ୍ଡ ପରେ ଗଙ୍ଗାଧର ଓ ସୁନ୍ଦନ ନାୟକ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି।

ଅନ୍ୟ ଜଣେ ଅଭିଯୁକ୍ତ ସଚି ନାୟକଙ୍କୁ ଗିରଫ କରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି। ପୂର୍ବ ଶତ୍ରୁତାକୁ ନେଇ ହଠାତ୍ ଏହି ଆକ୍ରମଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଜନଗହଳି ରାସ୍ତାରେ ଦୁର୍ବୃତ୍ତଙ୍କ ଏଭଳି ଉନ୍ମୁକ୍ତ କାଣ୍ଡକୁ ନେଇ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave A Reply

Your email address will not be published.