Latest Odisha News

କ୍ୱାରେଣ୍ଟାଇନ ହୋମରେ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

ରାୟଗଡା: କ୍ୱାରେଣ୍ଟାଇନ ହୋମରେ ଥିବା ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ସ୍ଥାନୀୟ ଜିସିଡି ହାଇସ୍କୁଲରେ ହୋଇଥିବା ଅସ୍ଥାୟୀ କ୍ୱାରେଣ୍ଟାଇନ ହୋମରେ ଥିବା ବେଳେ ଜଣେ ୩୮ ବର୍ଷୀୟ ଯୁବକ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

ଯୁବକଙ୍କ ନାଁ ଭୂପି ପାତ୍ର । ଫିନାଇଲ ପିଇବା ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ଅବସ୍ଥା ଏବେ ସ୍ଥିର ଥିବା ଭୂପିଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

ତେବେ କେଉଁ କାରଣରୁ ଯୁବକ ଜଣଙ୍କ ଫିନାଇଲ ପିଇଲେ ସେ ନେଇ ପୋଲିସ ତଦନ୍ତ କରୁଛି ।

Leave A Reply

Your email address will not be published.