Latest Odisha News

BREAKING NEWS

ଏକ କୋଟିରୁ ଅଧିକ ମାସ୍କ ପ୍ରସ୍ତୁତ କଲେ ସ୍ୱୟଂ ସହାୟିକା ଗୋଷ୍ଠୀ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ଏକ କୋଟିରୁ ଅଧିକ ଫେସ ମାସ୍କ ତିଆରି କରାଯାଇଛି । ସହରାଂଚଳ ବ୍ୟାପାର ଓ ଆବାସ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଡିଏୱାଇ-ଏନୟୁଏଲଏମ୍ କାର୍ଯ୍ୟକ୍ରମରେ ସଂପୃକ୍ତ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ ଏହି ମାସ୍କ ତିଆରି କରିବାରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଛନ୍ତି । ଏସବୁ ଗୋଷ୍ଠୀ ସଦସ୍ୟମାନେ ଏହି ଘଡିସନ୍ଧି ସମୟରେ ମିଳିତ ସଂକଳ୍ପ, ଅଦମନୀୟ ଉଦ୍ୟମ ଓ ଅଫୁରନ୍ତ ଶକ୍ତି ସହ ଏହି ମାସ୍କ ପ୍ରସ୍ତୁତିରେ ଲାଗିଛନ୍ତି । ଏଥିରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି ଗୋଷ୍ଠୀର ମହିଳା ସଦସ୍ୟମାନେ ସେମାନଙ୍କୁ ମିଶନ ପକ୍ଷରୁ ମଧ୍ୟ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଛି । ସେମାନଙ୍କର ଏହି ଉତ୍ସାହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି । ମଣିଷର ଜୀବନରକ୍ଷାରେ ମହିଳାଙ୍କ ଉଦ୍ୟମ ଓ ସଶକ୍ତିକରଣ କିପରି ସହାୟକ ହୋଇଥାଏ ଏହା ତା’ର ଏକ ଉତ୍କୃଷ୍ଟ ନମୁନା ।

ନିମ୍ନ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଠାରୁ କିଛି ଉଦ୍ଧୃତ:

ସୁଶ୍ରୀ ଶୁଭାଙ୍ଗୀ ଚନ୍ଦ୍ରକାନ୍ତ ଧାଇଗୁଡେ ସମୃଦ୍ଧି ଅଂଚଳ ସ୍ତରୀୟ ମହାସଂଘର ଅଧ୍ୟକ୍ଷାଙ୍କ ମୁହଁରେ ଏକ ସ୍ଵତନ୍ତ୍ର ହସ ଝଟକୁଛି ଯାହା ସନ୍ତୋଷ ଏବଂ ଗର୍ବର ପ୍ରତୀକ ଅଟେ । ମହାରାଷ୍ଟ୍ରର ଟିଟିୱାଲାସ୍ଥ ତାଙ୍କ ଘରେ ମାସ୍କ ତିଆରି କରିବାକୁ ସେ ଫୋନରେ ବରାଦ ସଂଗ୍ରହ କରନ୍ତି । ସେ ଓ ତାଙ୍କ ସହ ଅନ୍ୟ 45 ଜଣ ମହିଳା ଏ ପର୍ଯ୍ୟନ୍ତ 45 ହଜାର ମାସ୍କ ତିଆରି କରି ଯୋଗାଇ ଦେଇଛନ୍ତି ।

ରାଜସ୍ଥାନର କୋଟା ଅନ୍ତର୍ଗତ ସବର୍ଣ୍ଣି ସ୍ୱୟଂ ସହାୟିକା ଗୋଷ୍ଠୀର ଜଣେ ସଦସ୍ୟା ସୁଶ୍ରୀ ମିନୁ  ଝା କହନ୍ତି ଏଭଳି ଏକ ଛୋଟିଆ ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଏତେ ପ୍ରେରଣାଦାୟୀ ହେବ ବୋଲି ମୁଁ କେବେ ଭାବି ନ ଥିଲି । ଏଥିରୁ ବୁଝି ହେଉଛି ଯେ, ଲକଡାଉନ ଭଳି ଏକ ଅସୁବିଧା ସମୟରେ କରୋନାର ମୁକାବିଲା ପାଇଁ କିଛି ଅବଦାନ ରଖିବାରେ ଆମ ସମସ୍ତଙ୍କ ମଧ୍ୟରେ ଏକ ଅନୁରୂପ ଦକ୍ଷତା ରହିଛି ।

ଗାମୁଛା ଆସାମର ଏକ ପାରମ୍ପରିକ ବସ୍ତ୍ର ତଥା ସମ୍ମାନର ଚିହ୍ନ । ଏହି ଗାମୁଛା ଆଜି ସେଠାରେ ସ୍ୱାସ୍ଥ୍ୟ ପରିଚ୍ଛନ୍ନତା ଓ ନିରାପତ୍ତାର ପ୍ରତୀକ ପାଲଟିଛି । ନାଗାଓର ସୁଶ୍ରୀ ରଶ୍ମି ସେ ରୁଣଝୁଣ ସ୍ୱୟଂ ସହାୟିକା ଗୋଷ୍ଠୀର ଜଣେ ସଦସ୍ୟ । ଏହି ପାରମ୍ପରିକ ବସ୍ତ୍ର ଗାମୁଛାକୁ ବ୍ୟବହାର କରି ସେ ମାସ୍କ ତିଆରି କରିବାରେ ବ୍ୟସ୍ତ ।

ଜମ୍ମୁ–କଶ୍ମୀରର କଠୁଆ ଅନ୍ତର୍ଗତ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟ ସୁଶ୍ରୀ ଉପଦେଶ ଅନଦୋତ୍ରୀ ତ୍ରିରଙ୍ଗା ମାସ୍କ ତିଆରି କରିବା ବେଳେ ବେଶ ଗର୍ବିତ ମନେ କରନ୍ତି ।

Leave A Reply

Your email address will not be published.