Latest Odisha News

BREAKING NEWS

ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ ଜେଲଦଣ୍ଡ

ଭଦ୍ରକ:ପତ୍ନୀଙ୍କୁ ହତ୍ୟାକାରୀଙ୍କୁ ମିଳିଲା ଆଜୀବନ ଜେଲଦଣ୍ଡ । ଏମିତି ରାୟ ଶୁଣାଇଛନ୍ତି   ଭଦ୍ରକ  ଅତିରିକ୍ତ ଜିଲ୍ଲା ତଥା ଦୌରା ଜଜ ଆଶୀଷ କୁମାର ତ୍ରିପାଠୀ । ଆଜି ଏକ ବଧୂ ହତ୍ୟା ମାମଲାର ବିଚାର କରି ବାଂଶଡା ଥାନା କେସରପୁର ଗ୍ରାମର ରମାକାନ୍ତ ବାରିକଙ୍କ ପୁତ୍ର ଟୁଟୁ ଓରଫ କୈଳାସ ବାରିକ (୩୮)କୁ   ଆଜୀବନ ଜେଲ ଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି କୋର୍ଟ । ଜରିମାନା  ଅନାଦେୟ ପୁଣି ୩ ମାସ ସଶ୍ରମ କାରାଦଣ୍ଡାଦେଶ ଦିଆ ଯାଇଛି ।

ଅଭିଯୁକ୍ତ ଟୁଟୁ ଓରଫ କାଳିଆ ଚାନ୍ଦବାଲି ଥାନା ଅନ୍ତର୍ଗତ ରଘୁନାଥ ଜିୟୁ ଗ୍ରାମର ଫକିର ଚରଣ ବାରିକଙ୍କ କନ୍ୟା ଗୌରୀଲତାଙ୍କୁ ୨୦୧୪ ଅକ୍ଟୋବର ମାସରେ ବିବାହ କରିଥିଲେ। ବିବାହ ସମୟରେ  ଗୌରୀଲତାଙ୍କ ପରିବାର ତରଫରୁ ନଗଦ ୫୦ ହଜାର ଟଙ୍କା ସହ ସମସ୍ତ ଘର କରଣା ଜିନିଷ, ଗହଣା ଯୌତୁକ ଆକାରରେ ଦିଆ ଯାଇଥିଲା। ବିବାହର ମାତ୍ର ୮ ମାସ ପରେ ପୁଣି ଅଧିକ ଯୌତୁକ ଦାବି କରି ଗୌରିଲତାଙ୍କୁ ଶାରିରିକ ତଥା ମାନସିକ ଜିର୍ଯ୍ୟାତନା ଦେବା ସହ ମାରଧର କରୁଥିଲେ ଶ୍ୱଶୁର ଘର ଲୋକେ ।

ଉଭୟ ସ୍ବାମୀ ସ୍ତ୍ରୀ ଗତ୨୦୧୫  ଏପ୍ରିଲ ନଅ ତାରିଖ ନିଜ ଶୋଇବା ଘରେ ସ୍ବାମୀ କାଳିଆ ଗୌରୀଙ୍କୁ ମାଡ ମାରିବା ସହ  ଏକ ପ୍ଲାଷ୍ଟିକ ଦଉଡିରେ ତଣ୍ଟି ଚାପି ଜୀବନରୁ ମାରି ଦେଇଥିଲା। ପରେ ତାକୁ ଡାକ୍ତରଖାନାକୁ ନେଇ ଆସିଥିଲେ । ପିତା ଫକୀର ଚରଣ ଖବର ପାଇ ତିହିଡି ମେଡିକାରେ ଯାଇ ଦେଖିଲେ ଗୌରିଙ୍କ ମୃତ୍ୟୁ ହୋଇ ସାରିଛି । ତାଙ୍କ ଝିଅକୁ ଯୌତୁକ ପାଇଁ ହତ୍ୟା କରା ଯାଇ ଥିବା ଅଭିଯୋଗ କରି ସେ ଚାନ୍ଦବାଲି ଥାନାରେ ୨୦୧୫ ଏପ୍ରିଲ ୯ ତାରିଖରେ ଲିଖିତ ଭାବରେ ଜଣାଇଥିଲେ ।

ପୋଲିସ ସ୍ବାମୀ କୈଳାସ ବାରିକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହି ଦିନରୁ ସେ ବିଚାରାଧିନ ବନ୍ଦୀ ଭାବରେ ଜେଲରେ ଅଟକ ରହିଛି କାଳିଆ । ଏ ମାମଲାରେ କୌଣସି ପ୍ରତ୍ୟକ୍ଷର୍ଶୀ ସାକ୍ଷୀ ନ  ଥିଲେ ମଧ୍ୟ ପାରିପାର୍ଶିକ ସାକ୍ଷୀମାନଙ୍କ ବୟାନ ଓ ଅଭିଯୁକ୍ତ କୈଳାସର ଦୋଷ  ସ୍ୱୀକାର, ଜମାନବନ୍ଦୀ ଓ ହତ୍ୟାରେ ବ୍ୟବହୃତ ଦଉଡିକୁ ପୋଲିସକୁ ଦେଇ ଥିବାର ବୟାନକୁ ଭିତ୍ତି କରି ଅଭିଯୁକ୍ତକୁ ଉପରୋକ୍ତ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।

ମାମଲାଟିକୁ ଅଭିଯୋଗକାରୀଙ୍କ ତରଫରୁ ଶ୍ରୀ ସାମଲଙ୍କ ସହ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଅରୁଣ କୁମାର ମିଶ୍ର, ସୂର୍ଯ୍ୟକାନ୍ତ କୁଅଁର ପରିଚାଳନା କରୁଥିଲେ।

Leave A Reply

Your email address will not be published.