Latest Odisha News

BREAKING NEWS

ଏଣିକି ସେନା ଯବାନଙ୍କ ମେନ୍ୟୁରେ ସାମିଲ ହେବ ମିଲେଟ୍‌, ଅଟାର ବିକଳ୍ପ ହେବ ମାଣ୍ଡିଆ

ନୂଆଦିଲ୍ଲୀ :  ଏଣିକି ସେନାରେ ଯବାନଙ୍କ ମେନ୍ୟୁରେ ମିଲେଟ୍‌ ବା ମାଣ୍ଡିଆ ସାମିଲ ହେବ । ସେନାରେ ରାସନ ଭାବେ ମିଲେଟର ବ୍ୟବହାରକୁ କାର୍ଯ୍ୟକାରୀ ନେଇ ନିଷ୍ପତ୍ତି ହୋଇଥିବା ସଂକ୍ରାନ୍ତରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି । ସୂଚନା ଅନୁସାରେ, ସେନାରେ ଏବେ ଗହମ ଅଟାକୁ ରାସନ୍ ଭାବେ ବ୍ୟବହାର କରାଯାଉଛି । ଏବେ କିନ୍ତୁ ଅଟାର ବିକଳ୍ପ ଭାବେ ମାଣ୍ଡିଆକୁ ବ୍ୟବହାର ହେବା ପାଇଁ ନିଷ୍ପତ୍ତି ଗ୍ରହଣ ହୋଇଛି । ବର୍ଷ ୨୦୨୩-୨୪ ରେ ସେନା ପାଇଁ କିଣା ଯିବାକୁ ଥିବା ରାସନରେ ମିଲେଟ ସାମଗ୍ରୀର ଏକ ବଡ ଅଂଶ ରହିବା ନେଇ ନିଷ୍ପତ୍ତି ହୋଇଛି । ଏବେ ସେନାରେ ଏହାକୁ ନିୟମତି ରାସନ ଭାବେ ବ୍ୟବହାର କରାଯିବ । ସେନାରେ କାର୍ଯ୍ୟରତ ସେନାଧିକାରୀ ଓ କର୍ମଚାରୀଙ୍କ ପାଇଁ ମିଲେଟ ନିୟମିତ ଖାଦ୍ୟସୂଚୀର ଏକ ଅଂଶ ଭାବେ ସ୍ଥାନ ପାଇବାକୁ ଯାଉଛି ।

ଦେଖିବାକୁ ଗଲେ ମିଲେଟ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପଯୋଗୀ ଓ ଏହା ସ୍ବାଦିଷ୍ଟ ମଧ୍ୟ । ଯାହା ସେନାରେ କାର୍ଯ୍ୟରତ ଯବାନଙ୍କର ପୋଷକ ତତ୍ତ୍ବ ଆବଶ୍ୟକତାକୁ ମଧ୍ୟ ପୂରଣ କରିବା ସହ ସ୍ବାସ୍ଥ୍ୟ ଉପୋଯୋଗୀ ହୋଇପାରିବା ନେଇ ବିଶେଷଜ୍ଞ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଭାରତ କେବଳ ସେନାରେ ନୁହେଁ ବରଂ ମିଲେଟ ଉତ୍ପାଦନ ବୃଦ୍ଧି କରିବା ଦିଗରେ ପୂର୍ବରୁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇସାରିଛି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଲେଟ କନଫରେନ୍ସକୁ ମଧ୍ୟ ସମ୍ବୋଧିତ କରି ମିଲେଟର ଉତ୍ପାଦନରେ ବୃଦ୍ଧି ଓ ଏହାକୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମଧ୍ୟ ସାମିଲ କରିବା ଉପରେ ଗୁରୁତ୍ବ ଦେବା ପାଇଁ କହିଥିଲେ । ମିଳିତ ଜାତିସଂଘ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ଘୋଷଣା ବର୍ଷ କରିଥିବାବେଳେମିଲେଟ ବା ମାଣ୍ଡିଆର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ଓ ଓଡ଼ିଶା ସରକାର ମଧ୍ୟ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।

Leave A Reply

Your email address will not be published.