ବାଙ୍କୁଡା:ଶେଷରେ ବଦଳିଲା ସାଂଜ୍ଞା । କୁତ୍ତା ବଦଳରେ ନାଁରେ ଯୋଡା ହେଲା ଦତ୍ତ । ନାଁ ହେଲା ଶ୍ରୀକାନ୍ତ କୁମାର ଦତ୍ତ । ତେବେ ସରକାରୀ ସ୍ତରର ଏହି ଭୁଲ ଗୋଟିଏ ଦିନରେ ଯେପରି ସଂଶୋଧନ ହେଲା ତାହାକୁ ପ୍ରଶଂସା ନ କରି ରହି ହେବନି ।
ରାସନ କାର୍ଡରେ ଶ୍ରୀକାନ୍ତଙ୍କ ନାଁ ଭୁଲ ପ୍ରିଣ୍ଟିଂ ହୋଇଥିଲା । ଦତ୍ତ ବଦଳରେ ଲେଖା ଯାଇଥିଲା କୁତ୍ତା । ଏହାକୁ ଖାଲି ମୁଦ୍ରଣ ଜନିତ ତ୍ରୁଟି ବୋଲି କୁହାଯାଇ ପାରିବନି । ଏହା ଜଣେ ବ୍ୟକ୍ତିର ସ୍ୱାଭିମାନକୁ ଅପମାନ ମଧ୍ୟ । ହେଲେ ଦୀର୍ଘ ଦିନ ଚେଷ୍ଟା କରି ଶ୍ରୀକାନ୍ତ ଯାହା କରିପାରି ନ ଥିଲେ ତାହା ଗୋଟିଏ ଦିନରେ ସମ୍ଭବ ହୋଇ ପାରିଥିଲା ।
ଶନିବାର ଦିନ ଏହି ଘଟଣା ସାମ୍ନାକୁ ଆସିଥିଲା । ହଠାତ ଜଣେ ବ୍ୟକ୍ତି ସରକାରୀ ଅଧିକାରୀଙ୍କ ଗାଡି ନିକଟକୁ ଆସି କୁକୁର ପରି ଭୁକିବାକୁ ଲାଗିଲେ । ଏହା ଦେଖି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ହେଲେ ପ୍ରକୃତ ଘଟଣା ଜାଣିବା ପରେ ସମସ୍ତେ ସାବାସି ଦେଇଥିଲେ । ଦେଖିବା ଲୋକେ ଶ୍ରୀକାନ୍ତଙ୍କୁ ସମର୍ଥନ କରିଥିଲେ । କାରଣ ରାସନକାର୍ଡରେ ତାଙ୍କ ନାମର ସାଜ୍ଞା ସ୍ଥାନରେ ଦତ୍ତା ବଦଳରେ କୁତ୍ତା ଲେଖା ଯାଇଥିଲା ।
ଏପରି ତ୍ରୁଟି ଦେଖିବା ପରେ ସେ ଏହାକୁ ସଂଶୋଧନ କରିବାକୁ ଅନେକ ଥର ଚେଷ୍ଟା କରି ବିଫଳ ହୋଇଥିଲେ । ଶେଷରେ ସେ ସମସ୍ତଙ୍କ ଉପସ୍ଥିତିରେ ବିଡିଓଙ୍କ ଗାଡି ନିକଟରେ ଅଭିନବ ଉପାୟରେ ପ୍ରତିବାଦ କରିଥିଲେ । ସେ ତାଙ୍କ ଗାଡ଼ି ପାଖରେ କୁକୁର ପରି ଭୋ..ଭୋ ଭୁକି ପ୍ରତିବାଦ କରିଥିଲେ । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ତୁରନ୍ତ ତ୍ରୁଟି ସଂଶୋଧନ କରିବା ପାଇଁ ବିଡିଓ ତୁରନ୍ତ ନିର୍ଦ୍ଦେଶ ଦେଇଥିଲେ । ତେବେ ବିଡିଓଙ୍କ ଗାଡି ନିକଟରେ ଶ୍ରୀକାନ୍ତଙ୍କ ଭୁକିବା ଭିଡିଓ ଭାଇରାଲ ହେବା ପରେ ତାହା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା ।
राशन कार्ड में Dutta की जगह लिखा ‘Kutta’ तो भड़का शख्स, अधिकारी के सामने लगा भौंकने|
– मामला बंगाल का है। pic.twitter.com/miuGZ4GV0F
— Shubhankar Mishra (@shubhankrmishra) November 19, 2022
Comments are closed.