Latest Odisha News

ଶ୍ରୀମନ୍ଦିର ଗର୍ଭଗୃହ ଭିଡିଓ ଭାଇରାଲ ଘଟଣାରେ ନିଆଯାଉ ଦୃଢ଼ କାର୍ଯ୍ୟାନୁଷ୍ଠାନ : ଆବାହକ ଜଗନ୍ନାଥ ସେନା

ପୁରୀ : ଶ୍ରୀମନ୍ଦିର ଗର୍ଭଗୃହ ଭିତର ଭିଡିଓ ଭାଇରାଲ ପ୍ରସଙ୍ଗ । ଗତ ୧୯ ତାରିଖରେ ଶ୍ରୀମନ୍ଦିର ଗର୍ଭଗୃହର ଫୋଟୋ ଓ ଭିଡିଓ ଭାଇରଲ ହୋଇଥିଲା । ବଙ୍ଗଳାଦେଶର ଆକାଶ ଚୌଧୁରୀ ନାମକ ୟୁଟୁବର ଏହି ଦର୍ଶନ ପାଇଁ ଯାଇ ଗର୍ଭଗୃହରେ ମହାପ୍ରଭୁଙ୍କ ନୀତିର ଫୋଟୋ ନେବା ସହ ଏହାକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ । ଏବଂ ପରେ ଡିଲିଟ ମଧ୍ୟ କରିଥିଲେ ।

ଅଭିଯୁକ୍ତ ଆକାଶ ଶ୍ରୀମନ୍ଦିର ଭିତରକୁ କିଭଳି ମୋବାଇଲ ନେଇ ଫଟୋ ଏବଂ ଭିଡ଼ିଓ ଉତ୍ତୋଳନ କରି ସୋସିଆଲ ମିଡ଼ିଆରେ ଭାଇରାଲ କଲେ ସେନେଇ ଶ୍ରୀମନ୍ଦିର ସିସିଟିଭିକୁ ଯାଞ୍ଚ କରାଯାଇଛି। କୌଣସି ଅଧିକାରୀ କିମ୍ବା ବ୍ୟକ୍ତି ବିଶେଷ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା କରିଥିବେ ସେନେଇ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍ ପି କହିଛନ୍ତି।

ସେପଟେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି। ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ସେନା ପକ୍ଷରୁ ଏସପିଙ୍କୁ ଦାବି ପତ୍ର ଦିଆଯାଇଛି। ଆଗାମୀ ଦିନରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବା ସହ ଫଟୋ ଭାଇରାଲ୍ କରିଥିବା ଅଭିଯୁକ୍ତ ଆକାଶ ଚୌଧୁରୀକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସ୍ ପି କନୱର ବିଶାଳ ସିଂ କହିଛନ୍ତି । କେମିତି ଏବଂ କେଉଁ ପରିସ୍ଥିତିରେ ସମ୍ପୃକ୍ତ ବ୍ୟକ୍ତି ପ୍ରବେଶ କରିବା ସହ ଫୋଟୋ ଉଠାଇଛି ସେନେଇ ତଦନ୍ତ କରାଯାଉଛି ।ଚାର୍ଜରେ ଥିବା ଅଧିକାରୀ ମାନଙ୍କ ସହ ଆଲୋଚନା କରି ଅଧିକା ଖୋଳତାଡ଼ ଜାରି ରହିଛି

 

Leave A Reply

Your email address will not be published.