Latest Odisha News

BREAKING NEWS

ଓଭରଟେକ୍ ପାଇଁ ପିଟିପିଟି ମାରିଦେଲେ, ପୁଅକୁ ବଞ୍ଚାଇବା ପାଇଁ ଉପରେ ଶୋଇପଡ଼ିଲେ ମା’

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ପୁଣିଥରେ ଚର୍ଚ୍ଚାରେ। ଦୁଇ ଦିନ ପୂର୍ବେ ଏନସିପି ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ସୋମବାର ରାଜଧାନୀର ଦିଣ୍ଡୋସିରେ ଜଣେ ଯୁବକଙ୍କୁ ପିଟିପିଟି ମାରି ଦେଇଛନ୍ତି। ଏହି ହତ୍ୟାକାଣ୍ଡର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଯୁବକ ଜଣକୁ କିପରି ଲୋକ ମାରୁଛନ୍ତି। ଯୁବକଟିର ବୃଦ୍ଧ ପିତା ଲୋକଙ୍କୁ କାକୁତିମିନତି ହୋଇ ଛାଡିଦେବା ପାଇଁ ଭିକ ମାଗୁଥିବା ବେଳେ ମାଆ, ପୁଅ ଉପରେ ଶୋଇପଡ଼ି ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।

ତେବେ ଘଟଣା ସମ୍ପର୍କରେ ଦିଣ୍ଡୋଶୀ ପୋଲିସ କହିଛି ଯେ ମୃତକଙ୍କ ନାମ ଆକାଶ। ରାସ୍ତାରେ ଓଭରଟେକ୍ ନେଇ ଆକାଶର କିଛି ଲୋକଙ୍କ ସହ ବିବାଦ ହୋଇଥିଲା। ଏହି ସମୟରେ ଲୋକମାନେ ତାଙ୍କୁ ପିଟିବା ଆରମ୍ଭ କରିଥିଲେ। ଝଗଡା ଦେଖି ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। ଏପରିକି ଭିଡ଼ ଭିତରେ ଥିବା କିଛି ଲୋକ ମଧ୍ୟ ଆକାଶକୁ ପିଟିବାରେ ଲାଗିଥିଲେ।

ଆକାଶଙ୍କୁ ଲୋକମାନେ ମାଡ ମାରୁଥିଲା ବେଳେ ତାଙ୍କ ମା ଏବଂ ପିତା ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଏପରିକି କିଛି ଲୋକ ନିଜ ହିତାହିତ ଜ୍ଞାନ ଭୁଲିଯାଇ ବୃଦ୍ଧଙ୍କୁ ମଧ୍ଯ ବାଡେଇଥିଲେ।

 

Leave A Reply

Your email address will not be published.