Latest Odisha News

BREAKING NEWS

ଉଧାର ସାଇକେଲ ନଫେରାଇବାରୁ ସାଙ୍ଗକୁ ପିଟିପିଟି ହତ୍ୟା କଲା ଆଉ ଜଣେ ସାଙ୍ଗ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଅଧୀନ ଦମକିପାଲି ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ସାଙ୍ଗଙ୍କ ଠାରୁ ଆଉ ଜଣେ ସାଙ୍ଗ ମାଗି ନେଇଥିବା ସାଇକେଲ ନ ଫେରାଇବାରୁ ଉକ୍ତ ସାଙ୍ଗଙ୍କୁ ମାଡ ମାରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ୩୨ ବର୍ଷର ଟିକେଲାଲ ବାଗ ।

ସୂଚନା ମୁତାବକ, ଟିକେଲାଲ ବାଗ କିଛି ଦିନ ପୂର୍ବେ ତାର ସାଙ୍ଗ କୁନା ବେହେରା ଠାରୁ କିଛି ଦିନ ପାଇଁ ସାଇକେଲ ଉଧାର ରେ ନେଇଥିଲା । ହେଲେ ଅଧିକ ଦିନ ହେଇଯିବା ପରେ ମଧ୍ୟ ଟିକେଲାଲ ସାଙ୍ଗ କୁନାକୁ ସାଇକେଲ ଫେରାଇ ନଥିଲା । ଯାହାକୁ ନେଇ କୁନା ରାଗିଯାଇ ତାର ସହଯୋଗୀ ଓମ ସହ ମିଶି ଟିକେଲାଲ ନିକଟକୁ ଆସିଥିଲା ।

ଏହାପରେ କୁନା ଓ ଟିକେଲାଲ ମଧ୍ୟରେ କଥା କଟାକଟି ହୋଇ ଝଗଡାର ରୁପ ନେଇଥିଲା । ପରେ କୁନା ଓ ତାର ସାଙ୍ଗ ଓମ୍ ଉଭୟ ମିଶି ଟିକେଲାଲକୁ ଅତ୍ୟନ୍ତ ନିର୍ମମ ଭାବେ ମାରପିଟ କରିଥିଲେ । ଏହାପରେ ଟିକୋଲାଲ ଗୁରୁତର ହୋଇଯିବାରୁ ଉଭୟ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ଏହାପରେ ଘଟଣାସ୍ଥଳରେ ଟିକେଲାଲଙ୍କ ପରିବାର ଲୋକ ପହଞ୍ଚି ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ, ଚିକିତ୍ସା ସମୟରେ ଟିକେଲାଲଙ୍କର ମୃତ୍ୟୁ ଘଟିଛି । ଏନେଇ ପରିବାର ପକ୍ଷରୁ ଲରମ୍ଭା ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.