ପୁରୀ: ପୁରୀର ଜଗନ୍ନାଥ ବଲ୍ଲଭ କମ୍ପେକ୍ସ ଭିତରେ ଯୁବକଙ୍କୁ ପଥରରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ଜଗନ୍ନାଥ ବଲ୍ଲଭ କମ୍ପେକ୍ସ ପରିସରରେ ଥିବା ବେଣ୍ଟା ପୋଖରୀରେ ନିକଟରେ ଜଣେ ମାନସିକ ବିକାର ଯୁବକଙ୍କୁ ପଥରରେ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ପୋଲିସ ଅନୁଯାୟୀ ଦୁଇ ମାନସିକ ବିକାର ଯୁବକଙ୍କ ମଧ୍ୟରେ ଝଗଡ଼ା ପରେ ସେମାନଙ୍କ ମଧ୍ୟରୁ ଜଣେ ଅନ୍ୟ ଜଣଙ୍କୁ ପଥରରେ ଛେଚି ହତ୍ୟା କରିଛି। ତେବେ ପୁରୀ ଟାଉନ୍ ପୋଲିସ ଘଟଣାସ୍ଥଳକୁ ଯାଇ ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଛି।
ଉଲ୍ଲେଖଯୋଗ୍ୟ, ପୁରୀରେ ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ ଖବର ପ୍ରକାଶ ପାଇବାର କିଛି ଦିନ ପରେ ଏହି ହତ୍ୟାକାଣ୍ଡ ଘଟିଛି। କୁମ୍ଭାରପଡ଼ା ଥାନା କ୍ଷେତ୍ରାଧିକାରୀ ପତିତପାବନ ସାହିରେ ଏକ ଭଡ଼ା ଘରେ ଜଣେ ମହିଳାଙ୍କୁ ତାଙ୍କ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏପରିକି ଅଭିଯୁକ୍ତ ପୁଅ ଜଣକ ତାଙ୍କ ମାଆଙ୍କୁ ହତ୍ୟା କରି ରୋଷେଇ ଘରେ ପ୍ଲାଷ୍ଟର କରିଦେଇଥିଲା।

