Latest Odisha News

BREAKING NEWS

ପାକିସ୍ତାନ ମେଡିକାଲରେ ବଡ଼ ଅଘଟଣ !

ଇସଲାମାବାଦ : ପାକିସ୍ତାନର ରାଜଧାନୀ ଇସଲାମାବାଦସ୍ଥିତ ‘ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍’  ହସ୍ପିଟାଲରେ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି। ଗାଇନୋକୋଲୋଜି ୱାର୍ଡର ନର୍ସରୀରେ ଏସି କମ୍ପ୍ରେସର ଫାଟିଯିବା ଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୫ ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଦୁର୍ଘଟଣା ସମୟରେ ନର୍ସରୀରେ ମୋଟ ୧୬ ଜଣ ନବଜାତ ଶିଶୁ ଚିକିତ୍ସିତ ହେଉଥିଲେ। ନିଆଁ ବ୍ୟାପିଯିବାରୁ ୧୫ ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇପଡ଼ିଥିବା ବେଳେ ମାତ୍ର ଜଣେ ଶିଶୁକୁ ସୁରକ୍ଷିତ ଉଦ୍ଧାର କରାଯାଇପାରିଛି।

ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ କୁଲିଂ ଅପରେସନ ଜାରି ରଖିଛନ୍ତି। ଏହି ମର୍ମନ୍ତୁଦ ଘଟଣା ପରେ ସମଗ୍ର ହସ୍ପିଟାଲ ପରିସରରେ ଶୋକାକୁଲ ପରିବେଶ ସୃଷ୍ଟି ହୋଇଛି।

Comments are closed.