Latest Odisha News

BREAKING NEWS

ଅମୂଲ ଗର୍ଲ ମାସ୍କଟ ପଛର ମୁଖ୍ୟ ନାୟକ ସିଲଭେଷ୍ଟରଙ୍କ ପରଲୋକ

ନୂଆଦିଲ୍ଲୀ: ସିଲଭେଷ୍ଟର ଡକୁଞ୍ଚା (Sylvester daCunha) ପ୍ରସିଦ୍ଧ ଅମୂଲ ଗର୍ଲ ‘ଉଟରଲି ବଟରଲି’ ଅଭିଯାନ ପଛରେ ଥିବା ବ୍ୟକ୍ତି ମଙ୍ଗଳବାର ମୃତ୍ୟୁବରଣ କରିଛନ୍ତି। ବିଜ୍ଞାପନ ଏଜେନ୍ସି ଏଏଏସପିର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ସିଲଭେଷ୍ଟର ଏବଂ ଏହି ଚିତ୍ର କଳାର ନିର୍ଦ୍ଦେଶକ ୟୁଷ୍ଟାସ୍ ଫର୍ଣ୍ଣାଣ୍ଡିଜ୍ ଏହାର ପରିକଳ୍ପନା କରିବା ପରେ 1966ରେ ଏହି ବିଜ୍ଞାପନ ଅଭିଯାନ ଆରମ୍ଭ ହୋଇଥିଲା।
ଫ୍ରକ୍ ସହ ନୀଳ କେଶ ଓ ଗୋଲାପି ଗାଲର ଏହି ମାସ୍କଟ ଘରେ ଘରେ ପରିଚିତ।

ମିଳିଥିବା ସୂଚନା ଅନୁସାରେ ଅମୂଲ ଇଣ୍ଡିଆ  ମା’ ଓ ଶିଶୁଙ୍କ ମଧ୍ୟରେ ନିଜକୁ ସ୍ଥାନ ଦେଇପାରିବା ଭଳି ଏକ ମାସ୍କଟ ତିଆରି କରିବାକୁ ଚାହୁଁଥିଲା। ଏହାପରେ ନିଷ୍ପତ୍ତି ନିଆୟାଇଥିଲା ଯେ ଜଣେ ପିଲା ଏହି ବ୍ରାଣ୍ଡର ଚେହେରା ହେବ। ସିଲଭେଷ୍ଟର ୟୁଷ୍ଟାସ୍ ଫର୍ଣ୍ଣାଣ୍ଡିଡିଜଙ୍କୁ କିପରି ମାସ୍କଟ ହେବା ଦରକାର ସେ ବାବଦରେ ବର୍ଣ୍ଣନା କରିଥିଲେ । ଯାହା ପରେ ଅମୂଲ ଗାର୍ଲକୁ ଜୀବନ୍ତ କରିଦେଇଥିଲେ।

ଏହି ମାସ୍କଟଟି ପ୍ରଥମେ ମୁମ୍ବାଇର କିଛି ଲ୍ୟାମ୍ପ-ପୋଷ୍ଟ ବୋର୍ଡରେ ଏହି ଲାଇନ୍ ସହିତ ଡେବ୍ୟୁ କରିଥିଲା।

Comments are closed.