Latest Odisha News

BREAKING NEWS

ପାର୍ଲେ ଜି ବିସ୍କୁଟରେ ରାମ ମନ୍ଦିର ତିଆରି କଲେ ଭକ୍ତ

ଅଯୋଧ୍ୟା: ରାମ ମନ୍ଦିର ଉଦଘାଟନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଦେଶସାରା ଲୋକ ଏହାକୁ ଦୀପାବଳି ପରି ମନେଇବା ପାଇଁ ନିଷ୍ପତି ନେଇ ସାରିଛନ୍ତି । ଭକ୍ତମାନେ ଶ୍ରୀରାମଙ୍କ ପ୍ରତି ଭକ୍ତିଭାବ ଜଣାଇବା ନିମନ୍ତେ ଭିନ୍ନ ଭିନ୍ନ ପନ୍ଥା ଆପଣାଇଛନ୍ତି । କିଏ ଗୀତ ଗାଉଛି ତ ଆଉ କିଏ ଚାଲି ଚାଲି ଅଯୋଧ୍ୟା ଯାଉଛନ୍ତି । ପଶ୍ଚିମ ବଙ୍ଗର ଦୁର୍ଗାପୁର ଅଂଚଳରେ ଘୋଟନ ଘୋଷ ନାମକ ଜଣେ ବ୍ୟକ୍ତି ଏକ ନିଆରା ଉଦ୍ୟମ କରି ପ୍ରଶଂସାର ପାତ୍ର ହୋଇଛନ୍ତି । ସେ ୨୦ କିcଲୋଗ୍ରାମ ଓଜନର ପାର୍ଲେ ଜି ବିସ୍କୁଟରେ ଅବିକଳ ରାମ ମନ୍ଦିର ପ୍ରସ୍ତୁତ କରିଛନ୍ତି । ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

୪ ଗୁଣନ ୪ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିର ପାଇଁ ସେ ପାର୍ଲେ ଜି ବିସ୍କୁଟ, ଥର୍ମୋକଲ ଓ ଅଠାର ବ୍ୟବହାର କରିଛନ୍ତି । ରାମ ମନ୍ଦିରର ସମସ୍ତ ଦିଗକୁ ସେ ଭଲ ଭାବେ ଅନୁଧ୍ୟାନ କରି ଏହାକୁ ପ୍ରସ୍ତୁତ କରିଛନ୍ତି । ମୁଁ ମୋ ପ୍ରଭୁଙ୍କ ପାଇଁ ଏହି ମନ୍ଦିର କରିଛି ବୋଲି ଘୋଷ କହିଛନ୍ତି । ଦେଶୀ ବିସ୍କୁଟରେ ସ୍ୱଦେଶୀ ମନ୍ଦିର ବୋଲି ଜଣେ ୟୁଜର୍ସ କଂମେଟ କରିଛନ୍ତି ।

Leave A Reply

Your email address will not be published.