Latest Odisha News

BREAKING NEWS

ଜଗା ଦର୍ଶନ ପରେ ଚାଲିଗଲା ମହିଳାଙ୍କ ଜୀବନ

ପୁରୀ: ସିଂହଦ୍ଵାର ସମ୍ମୁଖରେ ଚାଲିଗଲା ମହିଳାଙ୍କ ଜୀବନ । ଜଗା ଦର୍ଶନ କରି ଫେରିବା ପରେ ସିଂହଦ୍ଵାର ସମ୍ମୁଖରେ ଉଡିଗଲା ମହିଳାଙ୍କ ପ୍ରାଣବାୟୁ । ମୃତ ମହିଳା ଜଣଙ୍କ ହେଉଛନ୍ତି ବ୍ରହ୍ମପୁର ବୋରିଗାଁ ଅଞ୍ଚଳର ଶ୍ରୀକାନ୍ତୁ ସାହୁ । ମୃଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ପୋଲିସ ଘଟଣାର ତଦନ୍ତ କରୁଛି ।

ସୂଚନା ଅନୁସାରେ, ପରିକ୍ରମା ପ୍ରକଳ୍ପ ଉତ୍ସବ ଦିନ ମହାପ୍ରଭୁଙ୍କ ଦର୍ଶନ ସାରି ଫେରିଲା ବେଳେ ସିଂହଦ୍ୱାର ନିକଟରେ ମହିଳା ଜଣଙ୍କ ଅସୁସ୍ଥ ଅନୁଭବ କରିଥିଲେ । ପରେ ଅଚେତ ହୋଇପଡିଥିଲେ ମହିଳା ଜଣଙ୍କ । ସଙ୍ଗେ ସଙ୍ଗେ ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ମହିଳାଙ୍କର ଶବବ୍ୟବଚ୍ଛେଦ କରାଯିବା ପରେ କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଛି, ତାହା ସ୍ପ‌ଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

 

Leave A Reply

Your email address will not be published.