Latest Odisha News

୧୦ ବର୍ଷରେ ସମୁଦ୍ରରେ ଲୀନ ହୋଇଯିବ ଘର, ତଥାପି ୩କୋଟି ଦେଇ ଘର କିଣିଲେ ବ୍ୟକ୍ତି

ନୂଆଦିଲ୍ଲୀ: ପ୍ଲଟ ଟେ ହେଉ ବା ଘର ଟେ କିଣିବାର ପ୍ରାୟ ସମସ୍ତଙ୍କ ସ୍ଵପ୍ନ ଥାଏ । ଧନୀରୁ ଗରିବ ସମସ୍ତଙ୍କ କେବଳ ଗୋଟେ ସ୍ଵପ୍ନ ଯେ ସେ ତାଙ୍କର ମନ ପସନ୍ଦର ଘରଟେ କରିବେ । କିଏ ପ୍ଲଟ କିଣି ନିଜ ଇଚ୍ଛା ମୁତାବକ ଘର କରେ ତ କିଏ ସିଧାସଳଖ ଘର କିଣିଦିଏ । କିନତୁ ଘର ହେଉ ବା ପ୍ଲଟ କିଣିବା ପୂର୍ବରୁ ଜଣେ ବ୍ୟକ୍ତି ସେହି ସ୍ଥାନର ଚତୁପାର୍ଶ୍ଵ ଦେଖି, ପରଖି କିଣିଥାଏ । ଘର କିଛିନା ପାଇଁ ଜନବସତି ସ୍ଥାନ ଲୋକେ ଦେଖି ସାଧାରଣତଃ କିଣନ୍ତି । କିନ୍ତୁ କେବେ ଆପଣ କେହି ସମୁଦ୍ର ନିକଟରେ ଘର କିଣିବା ଦେଖିଛନ୍ତି କି? ଏକଥା ଶୁଣି ଆପଣ ମଧ୍ୟ ଚିନ୍ତାରେ ପଡିଯାଉଥିବେ ।

ଚିନ୍ତାର ବିଷୟ ହେଲେ ବି ଏହା ସତ୍ୟ । ସମୁଦ୍ର କୁଳରେ ଘର କିଣିଛନ୍ତି ଜଣେ ବ୍ୟକ୍ତି । ସେ ବି ପୁଣି ୩ କୋଟିରୁ ଅଧିକ ଟଙ୍କା ବିନିମୟରେ । ଘଟଣାଟି ମୈସାଚୁସେଟ୍ସ ସହରର । ସେହି ଅଞ୍ଚଳର ଜଣେ ବାସିନ୍ଧା ଡେଭିଟ୍ ମୁଟ୍ ସରକାରଙ୍କ ଚେତାବନୀ ସତ୍ତ୍ଵେ ମଧ୍ୟ ସମୁଦ୍ର କୁଳରେ ୩.୩ କୋଟି ଦେଇ ଘର କିଣିଛନ୍ତି । ତେବେ ଆଗାମୀ ୧୦ ବର୍ଷରେ ସେହି ଅଞ୍ଚଳ ସମ୍ପୁର୍ଣ୍ଣ ଭାବରେ ସମୁଦ୍ରରେ ଲୀନ ହେଇଯିବ ବୋଲି ପୂର୍ବରୁ ତାଙ୍କୁ ଚେତାବନୀ ଦିଆଯାଇଥିଲା । ତଥାପି ସେ ସେଠାରେ ଘର କିଣିଛନ୍ତି ।

ଏନେଇ ପଚାରିବାରୁ ସେ କହିଛନ୍ତି ଯେ, ଭବିଷ୍ୟତ ବିଷୟରେ ଚିନ୍ତା କରିବା ପାଇଁ ଜୀବନ ବହୁତ କମ୍ ପଡିଯିବ । ଯେଉଁ ପର୍ଯ୍ୟନ୍ତ ଏହି ଘର ରହିବ ସେ ପର୍ଯ୍ୟନ୍ତ ମୁଁ ଏଠାରେ ପୁରା ଆନନ୍ଦର ସହ ରହିବି । ବାସ୍ତବରେ ଡେଭିଟ୍ ଅନେକ ବର୍ଷ ହେବ ସମୁଦ୍ର କୂଳରେ ଏକ କିଣିବା ପାଇଁ ଚାହୁଁଥିଲେ । କିଛି ଦିନ ପୁର୍ବରୁ ସେ ୩ ବିଏଚକେ ବିଶିଷ୍ଟ ଏକ ଘର ସମ୍ପର୍କରେ ଜାଣିବାକୁ ପାଇଲେ, ଯାହାର ଦାମ୍ ଥିଲା ୩.୩ କୋଟି । କିନ୍ତୁ ଘରଟି ସମୁଦ୍ରଠୁ ମାତ୍ର ୨୫ ଫୁଟ ଦୂରରେ ।

ଡେଭିଟଙ୍କ କହିବା ଅନୁସାରେ ସେ ଘର କିଣିବା ପୂର୍ବରୁ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିଥିଲେ । ସେତେବେଳେ ସେମାନେ ତାଙ୍କୁ ସେଠାରେ ଘର ନ କିଣିବାକୁ ଚେତାବନୀ ଦେଇଥିଲେ । ବିଶେଷଜ୍ଞଙ୍କ କହିବାନୁସାରେ, ପ୍ରତି ବର୍ଷ ସମୁଦ୍ର ୩ ଫୁଟ ଆଗକୁ ମାଡିଆସୁଛି । ପ୍ରାୟ ୧୦ ବର୍ଷ ମଧ୍ୟରେ ଘରଟି ସମୁଦ୍ରରେ ଲୀନ ହୋଇଯିବ । କିନ୍ତୁ ଏ ସମସ୍ତ କଥା ଜାଣିବା ସତ୍ତ୍ଵେ ମଧ୍ୟ ଡେଭିଟ୍ ସେଠାରେ ଘର କିଣିଥିଲେ ।

Comments are closed.