Latest Odisha News

ଭୋକିଲା ପରିବାରକୁ ମନ ପସନ୍ଦର ଖାଦ୍ୟ ଖୁଆଇ ଦେଲେ ଡିଜିଟାଲ କ୍ରିଏଟର

ନୂଆଦିଲ୍ଲୀ: ବେଳେବେଳେ ସୋସିଆଲ ମିଡିଆରେ କିଛି ଏଭଳି ଭିଡିଓ ଭାଇରାଲ ହୋଇଥାଏ, ଯେଉଁଥିରେ ଅନେକ କିଛି ଶିଖିବାକୁ ମିଳିଥାଏ । ଏବେ ଜଣେ ଡିଜିଟାଲ କ୍ରିଏଟରଙ୍କ ସେଭଳି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଏକ ଭୋକିଲା ପରିବାରକୁ ଖାଦ୍ୟ ଖୁଆଉଛନ୍ତି । ରାସ୍ତାରେ ଏକ ପରିବାର ଭୋକ ଉପସାରେ ବୁଲୁଥିବାର ଜାଣିବାକୁ ପାଇଥିଲେ । ସେମାନଙ୍କୁ କିପରି ସାହାଯ୍ୟ କରିବେ ସେ ନେଇ ବିଚଳିତ ହୋଇପଡ଼ିଲେ । ପରେ ଉକ୍ତ ପରିବାରକୁ ଭେଟିଲେ । ତାଙ୍କ ସମସ୍ୟା ଶୁଣିବା ସହ ସାହାଯ୍ୟର ହାତ ବଢ଼ାଇଥିଲେ ଡିଜିଟାଲ କ୍ରିଏଟର ମହମ୍ମଦ ଅସିକ୍ ।

ଅସିକ୍ ହୋଟେଲରେ ପୂରା ପରିବାରକୁ ମନପସନ୍ଦର ଖାଦ୍ୟ ଖାଇବାକୁ ଦେବା ସହ ଅଟୋ ଭଡ଼ା ଦେଇ ଘରକୁ ମଧ୍ୟ ପଠାଇଥିଲେ । ଅସିକ୍ କେବଳ ଖାଦ୍ୟ ଅର୍ଡର କରିନଥିଲେ, ବରଂ ନିଜ ହାତରେ ପିଲାମାନଙ୍କୁ ଖାଦ୍ୟ ଖୁଆଇ ସେମାନଙ୍କ ହାଲଚାଲ ପଚାରି ବୁଝିଥିଲେ ବୋଲି ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓ ଭାଇରାଲ ହେବା ପରେ, ଆଜିକାଲି ଏଭଳି ମଣିଷ ମିଳିବା ବଷ୍ଟ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି ।

Comments are closed.