Latest Odisha News

BREAKING NEWS

ସାପ କାମୁଡି ଦେଲା ବୋଲି ସାପକୁ କାମୁଡିଦେଲେ

ଯାଜପୁରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଜଣେ ବ୍ୟକ୍ତିଙ୍କୁ ସାପ କାମୁଡ଼ି ଦେବାରୁ ସେ ପ୍ରତିଶୋଧ ପରାୟଣ ହୋଇ ସାପଟିକୁ ନିଜ ଦାନ୍ତରେ କାମୁଡ଼ି ମାରିବା ସହ ତାର ରକ୍ତ ପିଇ ଦେଇଛନ୍ତି । କଥାଟି ଅଡୁଆ ଲାଗୁଥିଲେ ବି ଏହା ସତ୍ୟ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଶାଳିଜଙ୍ଗା ପାଞ୍ଚୟତର ଗମ୍ଭାରୀପାଟିଆ ଗ୍ରାମରେ ।

ସୂଚନା ଅନୁସାରେ, ଏହି ଗ୍ରାମର ଆଦିବାସୀ ସମ୍ପ୍ରଦାୟର ୪୫ ବର୍ଷୀୟ କିଶୋର ବଦରା ଗତକାଲି ସନ୍ଧ୍ୟାରେ ନିଜ ଚାଷ ଜମିରୁ ଫେରିବା ସମୟରେ ତାଙ୍କୁ ଏକ ବିଷାକ୍ତ ଚିତ୍ତି ସାପ କାମୁଡ଼ି ଦେଇଥିଲା । ଫଳରେ ସେ ରାଗିଯାଇ ସାପଟିକୁ ଧରି ପକାଇଥିଲେ । ଏବଂ ସେହି ସାପକୁ ଅତି ନିର୍ମମ ଭାବେ ନିଜ ଦାନ୍ତରେ କାମୁଡି ମାରିଦେବା ସହ ସାପର ରକ୍ତ ପିଇ ଦେଇଥିଲେ ।

ଏହାପରେ ସାପଟିକୁ ଧରି ସେ ଗାଁକୁ ଫେରି ନିଜ ପରିବାର ଓ ଗାଁ ଲୋକଙ୍କୁ ଏ ବିଷୟରେ ଜଣାଇଥିଲେ । ପରେ ଗାଁ ଲୋକେ ତାଙ୍କୁ ମେଡିକାଲ ଯିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ସାପକୁ କାମୁଡ଼ି ଦେଇଥିବା ବ୍ୟକ୍ତି ଜଣକ ସମ୍ପର୍କୀୟଙ୍କ କଥାକୁ ଶୁଣି ନଥିଲେ । ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ଗାଁ ନିକଟରେ ଥିବା ଜଣେ ଗୁଣିଆ ପାଖକୁ ଯାଇ ଝଡ଼ା ଫୁଙ୍କା କରିଥିଲେ । ତେବେ ସେ ଏବେ ସମ୍ପୁର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି ।

Comments are closed.