Latest Odisha News

ବିଦ୍ୟୁତ୍ ଟାୱାର ଉପରେ ଚଢି ହଙ୍ଗାମା କଲେ ବ୍ୟକ୍ତି

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଅଞ୍ଚଳରେ ଥିବା ଏକ ହାଇ ଭୋଲ୍ଟେଜ୍ ଇଲେକ୍ଟ୍ରିକ୍ ଟାୱାର ଉପରେ ଚଢି ଜଣେ ବ୍ୟକ୍ତି ହଙ୍ଗାମା କରିଥିଲେ। ଯାହା ଫଳରେ ନାକେଦମ୍ ହୋଇଥିଲେ ଅଗ୍ନିଶମ କର୍ମଚାରୀ।

ସୂଚନା ଅନୁଯାୟୀ, ଏହି ବ୍ୟକ୍ତି ଜଣକ ରାତି ପ୍ରାୟ ୩ଟା ବେଳେ ଇଲେକ୍ଟ୍ରିକ୍ ଟାୱାର ଉପରକୁ ଚଢିଥିବା ଜଣାପଡିଛି। ଏନେଇ କିଛି ସ୍ଥାନୀୟ ବାସିନ୍ଦା ଦେଖିବା ପରେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ସୂଚନା ପାଇବା ପରେ ତମାଣ୍ଡୋ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ଏହା ପରେ ଉକ୍ତ ବ୍ୟକ୍ତିଙ୍କ ପୁରା ଶରୀରରେ ହାରନେସ୍ ପିନ୍ଧାଯାଇ ସତର୍କତାର ସହ ତଳକୁ ଓହ୍ଲାଇଥିଲେ।

ତେବେ ସେହି ବ୍ୟକ୍ତିଙ୍କ ପରିଚୟ ଜଣାପଡିନଥିଲା ବେଳେ ସେ ମାନସିକ ସ୍ତରରେ ଅସୁସ୍ଥ ଥିବା ସୂଚନା ମିଳିଛି।

Leave A Reply

Your email address will not be published.