Latest Odisha News

BREAKING NEWS

ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ହୃଦଘାତର ଶିକାର ହେଲେ ଯୁବକ

ହାଇଦ୍ରାବାଦ: ଜଣେ ଯୁବକ ବିବାହରେ ନାଚିବା ବେଳେ ହୃଦଘାତ ଯୋଗୁଁ ପ୍ରାଣ ହରାଇଥିବା ଖବରକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଏବେ ଆଉ ଜଣେ ଯୁବକ ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ହୃଦଘାତର ଶିକାର ହୋଇ ପ୍ରାଣ ହରାଇଥିବା ଖବର ସାମ୍ନାକୁ ଆସିଛି। ଉଭୟ ଘଟଣା ତେଲେଙ୍ଗାନାର।

ଗତ ଦୁଇ ସପ୍ତାହ ମଧ୍ୟରେ ହୃଦଘାତ ହେତୁତେଲେଙ୍ଗାନାରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ହାଇଦ୍ରାବାଦର ସିକନ୍ଦରାବାଦର ଲାଲାପେଟରେ ବ୍ୟାଡମିଣ୍ଟନ ଖେଳୁଥିବାବେଳେ ଜଣେ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଶ୍ୟାମ ଯାଦବ ଏବଂ ତାଙ୍କୁ ୩୮ ବର୍ଷ ହୋଇଥିଲା। ଏହି ଘଟଣା ଷ୍ଟାଡିୟମରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ଶ୍ୟାମ ଯାଦବ ଅଫିସରୁ ଫେରିବା ପରେ ପ୍ରତିଦିନ ବ୍ୟାଡମିଣ୍ଟନ ଖେଳୁଥିଲେ। ମଙ୍ଗଳବାର ସନ୍ଧ୍ୟାରେ ସେ ମଧ୍ୟ ଖେଳୁଥିବା ସମୟରେ ତଳେ ପଡ଼ିଯାଇ ମୃତ୍ୟୁ ବରଣ କରିଛନ୍ତି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ବ୍ୟାଡମିଣ୍ଟନ କୋର୍ଟରେ ଶ୍ୟାମ ଯାଦବ ତଳେ ପଡ଼ିଛନ୍ତି। କିଛି ଲୋକ ଦାବି କରିଛନ୍ତି ଯେ ଯଦି ଶିବ ଯାଦବଙ୍କୁ ତୁରନ୍ତ ଜୀବନ ରକ୍ଷାକାରୀ ସି.ଆର.ପି ଦିଆଯାଇଥାନ୍ତା ତାହାଲେ ହୁଏତ ତାଙ୍କ ଜୀବନ ବଞ୍ଚିଯାଇ ପାରିଥାନ୍ତା। ତେବେ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ହେଲେ ହୃଦ୍‌ଘାତ ମୃତ୍ୟୁର ସମ୍ଭାବ୍ୟ କାରଣ ବୋଲି କୁହାଯାଉଛି। କୋଭିଡ ପରେ ଜଣେ ସୁସ୍ଥ ଲୋକ ହଠାତ ହୃଦଘାତର ଶିକାର ହୋଇ ପ୍ରାଣ ହରାଇବା ଖବର ବଢ଼ିଚାଲିଛି।

ଏହାପୂର୍ବରୁ ହାଇଦ୍ରାବାଦରେ ଏକ ବିବାହରେ ଜଣେ ଯୁବକ ହଠାତ ନାଚୁଥିବାବେଳେ ତଳେ ପଡ଼ିଯାଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ଅନ୍ୟ ଏକ ମାମଲାରେ ୨୪ ବର୍ଷ ବୟସ୍କ ପୋଲିସ କନଷ୍ଟେବଳ ନିଜେ ହାଇଦ୍ରାବାଦରେ ଜିମ୍ କରୁଥିବା ସମୟରେ ମୃତ୍ୟୁ ବରଣ କରିଥିଲେ। ତାଙ୍କର ହୃଦଘାତ ମଧ୍ୟ ହୋଇଥିଲା।

ତୃତୀୟ ମାମଲା ୧୯ ବର୍ଷର ବାଳକ ସାମ୍ନାକୁ ଆସିଥିଲା। ସେ ନାଚିବାବେଳେ ତଳେ ପଡ଼ିଯାଇଥିଲେ। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଚତୁର୍ଥ ମାମଲାରେ ହାଇଦ୍ରାବାଦର ବସ୍‌ରୁ ଓହ୍ଲାଇବା ସମୟରେ ଜଣେ ବ୍ୟକ୍ତିଙ୍କର ହୃଦଘାତ ହୋଇଥିଲା। ଟ୍ରାଫିକ ପୋଲିସ ସି.ଆର.ପି ଦେଇ ତାଙ୍କ ଜୀବନ ରକ୍ଷା କରିଥିଲା।

ନ୍ୟାସନାଲ ସେଣ୍ଟର ଫର ବାୟୋଟେକ୍ନୋଲୋଜି ସୂଚନା (ଏନସିବିଆଇ) ଅନୁଯାୟୀ ଭାରତରେ ମୃତ୍ୟୁର ଏକ ପଞ୍ଚମାଂଶ ହୃଦଘାତ, ହୃଦ୍‌ଘାତ ଏବଂ ଷ୍ଟ୍ରୋକ୍ କାରଣରୁ ହୋଇଥାଏ।

 

Comments are closed.