Latest Odisha News

BREAKING NEWS

କରୋନା ହେବାରୁ ବୃଦ୍ଧଙ୍କୁ ପଚାରିଲାନି ପରିବାର, ଅସହାୟ ହୋଇ ହାରିଦେଲେ ଜୀବନ

ଅନୁଗୁଳ: ମହାମାରୀ କରୋନା କେତେ ଦୁଃଖଦ କାହାଣୀ ଲେଖୁଛି । କେଉଁଠି ବୁଢ଼ା ବାପା ଆଗରେ କରୋନା ରୋଜଗାରିଆ ପୁଅକୁ ଛଡ଼ାଇ ନେଉଛି ତ ଆଉ କେଉଁଠି ମୃତ୍ୟୁ ପରେ ଶବକୁ ମିଳୁନି ସମ୍ମାନ । ଭୂତାଣୁ ଭୟରେ ଏମିତି ଘଟଣା ନିଇତି ଦେଖିବାକୁ ମିଳୁଛି । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ସେଭଳି ଏକ ଅଭାବନୀୟ ଘଟଣା ।

ଛେଣ୍ଡି ଛେଣ୍ଡିପଦା ଥାନା କାଠପାଳ ଗାଁରେ ଜଣେ ୭୦ ବର୍ଷିଅ ବୃଦ୍ଧ କିଛିଦିନ ତଳେ ଜର ହେବାରୁ କୋଭିଡ୍ ପରୀକ୍ଷା କରାଇଥିଲେ । ରିପୋର୍ଟ କୋଭିଡ୍ ପଜିଟିଭ୍ ଆସିଥିଲା । ରିପୋର୍ଟ ପଜିଟିଭ୍ ଆସିବାରୁ ଘର ଲୋକ ବୃଦ୍ଧଙ୍କୁ ବାହାର କରି ଦେଇଥିଲେ । ଏଥିରେ ଭାରସାମ୍ୟ ହରାଇ ପଡ଼ିଥିଲେ ଜଗବନ୍ଧୁ ।

ଗୋଟିଏ ପଟେ କରୋନାରେ ଜୀବନ ଯିବାର ଭୟ । ଅନ୍ୟପଟେ ପରିବାରର ଅଗ୍ରାହ୍ୟ । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଥିବା ଜଗବନ୍ଧୁ ଶେଷରେ ଜୀବନ ହାରି ଦେଇଛନ୍ତି । ଗଛରେ ସେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଖବର ପାଇ ଛେଣ୍ଡିପଦା ପୋଲିସ ଓ ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ କୋଭିଡ୍ ନିୟମ ଅନୁସାରେ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି ।

Leave A Reply

Your email address will not be published.