Latest Odisha News

BREAKING NEWS

ବାତିଲ ହେଲା ଆଇପିଏଲ

ନୂଆଦିଲ୍ଲୀ:ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବାତିଲ ହୋଇଛି ଆଇପିଏଲ ଚଳିତ ସଂସ୍କରଣ । କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଶେଷରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ବିିସିସିଆଇ ଉପ ସଭାପତି ରାଜୀବ ଶୁକ୍ଲା ଏ ନେଇ ସୂଚନା ଦେଇଛନ୍ତି । ଗତବର୍ଷ କରୋନା ଯୋଗୁ ଆଇପିଏଲକୁ ୟୁଏଇରେ ଆୟୋଜନ କରାଯାଇଥିଲା ।

ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ବିନା ଦର୍ଶକରେ ଏଥର ଆଇପିଏଲ କରାଯାଉଥିଲେ ମଧ୍ୟ ଖେଳାଳିମାନଙ୍କ ମଧ୍ୟରେ ସଂକ୍ରମଣ ଆରମ୍ଭ ହେବା ଯୋଗୁ ଆୟୋଜକଙ୍କ ପାଖରେ ଏହାର ଆଉ କୌଣସି ବିକଳ୍ପ ନ ଥିଲା । ସୋମବାର କୋଲକାତାର ୨ଜଣ ଖେଳାଳି ଏବଂ ଚେନ୍ନାଇର ୩ଜଣ ଷ୍ଟାଫ ସଂକ୍ରମିତ ହେବା ପରେ ମଙ୍ଗଳବାର ଆଉ ୨ ଖେଳାଳିଙ୍କ ରିପୋର୍ଟ ପଜିଟିଭ ଆସିଛି ।

Leave A Reply

Your email address will not be published.