Latest Odisha News

ସାନ ଭାଇ ତୀର ମାଡରେ ବଡ଼ ଭାଇ ଗୁରୁତର

ମୟୂରଭଞ୍ଜ: ଘରୋଇ କଳହରୁ ହତ୍ୟା ଉଦ୍ୟମ । ସାନ ଭାଇର ତୀର ମାଡ଼ରେ ବଡ଼ ଭାଇ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କେନ୍ଦୁମୁଣ୍ଡି ଗାଁରେ । ତୀର ମାଡ଼ରେ ଆହତ ହୋଇଛନ୍ତି ବୁଧୁରାମ ପିଙ୍ଗୁଆ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କରଞ୍ଜିଆ ହସ୍ପିଟାଲ ଓ ପରେ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ପୋଲିସ ତୀର ମାଡ଼ କରିଥିବା ତିବରୁ ପିଙ୍ଗୁଆକୁ ଥାନାରେ ଅଟକ ରଖିଛି । ଗତକାଲି ବିଳମ୍ବିତ ରାତିରେ ଭାଇ ଭାଇ ଭିତରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । ଏହାପରେ ତିବରୁ ଘର ଭିତରୁ ଧନୁ ତୀର ଆଣି ବଡ଼ ଭାଇ ଉପରେ ଆକ୍ରମଣ କରିଥିଲା । ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Leave A Reply

Your email address will not be published.