Latest Odisha News

BREAKING NEWS

ବିଷାକ୍ତ କୋବ୍ରାକୁ ଗ୍ଲାସରେ ପାଣି ପିଆଇଲେ ବ୍ୟକ୍ତି, ତାଙ୍କ ସାହସ ଦେଖି ଲୋକେ ଆଶ୍ଚର୍ଯ୍ୟ

ସବୁ ପ୍ରାଣୀଙ୍କଠାରୁ ସାପ ହେଉଛି ଅତ୍ୟଧିକ ବିଷାକ୍ତ ପ୍ରାଣୀ ଭାବରେ ବିବେଚନା କରାଯାଏ । ଲୋକେ ଯେ କୌଣସି ସାପକୁ ନିଜ ଆଖପାଖରେ ଦେଖିବାକୁ ଚାହାଁନ୍ତି ନାହିଁ । ବାସ୍ତବରେ, ଦୁନିଆରେ ୯୮୮ ଟି ପ୍ରଜାତିର ସାପ ଅଛନ୍ତି । ଖାସ୍ କରି କେଉଁ ସାପ ବିଷାକ୍ତ ଓ କେଉଁ ସାପ ବିଷହୀନ ଜାଣିବା ସାଧାରଣ ଲୋକଙ୍କ ପାଇଁ କଷ୍ଟକର । ଏଭଳି ପରିସ୍ଥିତିରେ ସାପଠାରୁ ଦୂରରେ ରହିବା ଭଲ । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ସାପକୁ ଆଦୌ ଭୟ କରନ୍ତି ନାହିଁ । ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଠି ଜଣେ ବ୍ୟକ୍ତି ଏକ ସାପକୁ ଗ୍ଲାସରେ ପାଣି ପିଆଉଛନ୍ତି ।

ସବୁ ସାପଠାରୁ କୋବ୍ରା ହେଉଛି ସବୁଠୁ ଅଧିକ ବିଷାକ୍ତ ବୋଲି ସମସ୍ତେ ଜାଣିଛନ୍ତି । ହେଲେ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ଏକ ଗ୍ଲାସରେ କୋବ୍ରାକୁ ପାଣି ପିଆଉଛନ୍ତି । କୋବ୍ରାଟି ମଧ୍ୟ ଏପରି ଭାବରେ ପାଣି ପିଉଛି, ଯେପରି ସେ ଅନେକ ଦିନ ଧରି ତୃଷାର୍ତ୍ତ ଥିଲା । ସେହି ବ୍ୟକ୍ତିର ସାହସ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଯିଏକି ଏପରି ବିପଜ୍ଜନକ ସାପର ଅତି ନିକଟତର ହୋଇ ବିନା ଭୟରେ ତାହାର ତୃଷା ମେଣ୍ଟାଇବାରେ ବ୍ୟସ୍ତ ।

ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହା ଲୋକଙ୍କୁ ବହୁତ ଆଶ୍ଚର୍ଯ୍ୟ କରିଛି । ଏଥି ସହିତ କୋବ୍ରାର ଶୋଷ ମେଣ୍ଟାଉଥିବା ବ୍ୟକ୍ତିଙ୍କ ସାହସ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ବ୍ୟକ୍ତି ଜଣକ ଏହି ଭିଡିଓ ସେୟାର କରିବା ସହିତ କ୍ୟାପସନରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ସେୟାର କରିଛନ୍ତିି । ସେ ଲେଖିଛନ୍ତି, ଏହା ହେଉଛି କଳା ରଙ୍ଗର ସ୍ପିଟିଂ କୋବ୍ରା । ଯାହା ପ୍ରାୟତଃ ଆଫ୍ରିକାରେ ଦେଖାଯାଇଥାନ୍ତି । ଏହି ସାପଗୁଡ଼ିକ ମଧ୍ୟମ ଆକାରର ହୋଇଥାନ୍ତି । ଏମାନେ ମଣିଷଙ୍କୁ କାମୁଡିବ଼ା ହାର ଅପେକ୍ଷାକୃତ କମ୍ ଅଟେ । ଯଦି ସେମାନଙ୍କର ବିଷ ଆଖି କୁ ସ୍ପର୍ଶ କରେ, ତେବେ ସେହି ବ୍ୟକ୍ତି ଜଣକ ସବୁଦିନ ପାଇଁ ଅନ୍ଧ ହୋଇଯାଇପାରନ୍ତି ।

Comments are closed.