Latest Odisha News

BREAKING NEWS

ଅନ୍ୟ ଗ୍ରହରୁ ଆସିଛି କହି ରାସ୍ତାରେ ଉଲଗ୍ନ ହୋଇ ଚାଲିଲେ

ଫ୍ଲୋରିଡା: ଫିକ୍ସନ ବା ମନଗଢା କାହାଣୀକୁ ନେଇ ତିଆରି ହୋଇଥିବା ଫିଲ୍ମ ପିକେ, ଯେଉଁଥିରେ ଅନ୍ୟ ଗ୍ରହରୁ ଆସିଥିବା ଜଣେ ବ୍ୟକ୍ତିଙ୍କ ଚରିତ୍ରରେ ଅମିର ଖାଁ ଅଭିନୟ କରିଥିଲେ । ଏହା ସିନେପ୍ରେମୀଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । କିନ୍ତୁ ରିଅଲ ଲାଇଫ୍‌ରେ ନିଜକୁ ଭିନ୍ନ ଗ୍ରହର ବ୍ୟକ୍ତି ବୋଲି ପରିଚୟ ଦେଇ ଉଲ୍ଲଗ୍ନ ହୋଇ ରାସ୍ତାରେ ଚାଲିବା ଘଟଣା ଏବେ ଖୁବ୍ ଚର୍ଚ୍ଚାକୁ ଆସିଛି । ବ୍ୟକ୍ତି ଜଣକ ହେଲେ ଫ୍ଲୋରିଡାର ଜସନ୍ ସ୍ମିଥ୍ ।

ଜସନ୍ ଫ୍ଲୋରିଡ଼ାର ପାମ୍ ବିଚ୍ ରାସ୍ତାରେ ଉଲଗ୍ନ ହୋଇ ବୁଲୁଥିଲେ । ଏପରି ଦେଖି ଲୋକେ ତାଙ୍କୁ ପଚାରିବାରୁ ସେ ନିଜକୁ ଅନ୍ୟ ଗ୍ରହରୁ ଆସିଥିବା କହିଥିଲେ । ଏନେଇ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜସନ୍‌ଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା । ନିଜ ଡ୍ରେସ୍ କେଉଁଠି ଛାଡ଼ିଦେଇଛି ମନେ ନାହିଁ ଓ ନିଜ ନାମ ମଧ୍ୟ ଭୁଲି ଯାଇଥିବା ପୋଲିସ ଆଗରେ କହିଥିଲେ ଜସନ୍ ।
ପୋଲିସ ତଦନ୍ତ କରି ଜାଣିବାକୁ ପାଇଥିଲା ଯେ, ଉକ୍ତ ବ୍ୟକ୍ତିଙ୍କର ନାଁ ଜସନ୍ ସ୍ମିଥ୍ । ସେ ପଶ୍ଚିମ ପାମ୍ ବିଚ୍ ନିକଟରେ ରୁହନ୍ତି । ତାଙ୍କ ନାଁରେ ବିଭିନ୍ନ ଥାନାରେ ୩ଟି ମାମଲା ରହିଛି ।

 

Leave A Reply

Your email address will not be published.