Latest Odisha News

BREAKING NEWS

ନିଜ ପାଇଁ ନିଜେ: ଗରମ ପାଇଁ ପାଇପ୍ ଧରି ଗାଧୋଉଛି ହାତୀ

କୁହାଯାଏ ଯେ, ହାତୀ ସବୁଠାରୁ ବୁଦ୍ଧିମାନ ପ୍ରାଣୀ । ହାତୀର ଜ୍ଞାନ ଓ ପରସ୍ଥିତି ଅନୁଯାୟୀ ନିଷ୍ପତ୍ତି ନେବା ଅନ୍ୟ ପ୍ରାଣୀଙ୍କ ତୁଳନାରେ ଅଧିକ ତୀକ୍ଷ୍‌ଣ । ସେଥିପାଇଁ ହାତୀ ଲୋକମାନଙ୍କୁ ନିଜର ଅନୁଗାମୀ କରିପାରେ । କିନ୍ତୁ ଯଦି ଲୋକମାନେ ହାତୀକୁୁ ହଇରାଣ କରନ୍ତି, ତେବେ ସେମାନେ ନିଜ କ୍ରୋଧକୁ ସହଜରେ ନିୟନ୍ତ୍ରଣ କରି ପାରନ୍ତି ନାହିଁ । ଏବେ ଏକ ହାତୀ ସହ ଜଡିତ ଏଭଳି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଲୋକଙ୍କୁ ବହୁତ ପ୍ରଭାବିତ କରିଛି ।

ଆଇଏଫଏସ ସୁଶାନ୍ତ ନନ୍ଦା ହାତୀକୁ ନେଇ ପୋଷ୍ଟ କରିଥିବା ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ହାତୀଟି ଆତ୍ମନିର୍ଭରଶୀଳ ହୋଇଥିବାର ଦେଖାଯାଇଛି । ହାତୀଟି ପ୍ରବଳ ଗରମରୁ ରକ୍ଷା ପାଇବା ପାଇଁ ନିଜେ ନିଜ ଉପରେ ପାଣି ଢାଳି ଗାଧୋଉଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳିଛି । ଏହାକୁ ଦେଖିଲେ ଲାଗିବ ହାତୀଟି ଯେମିତି ପାଇପ୍ ଧରି ଗାଧୋଇବା ପାଇଁ ଉପଯୁକ୍ତ ତାଲିମ ନେଇପାରିଛି । କାରଣ ଗାଧୋଇବା ସମୟରେ ଥରେ ମଧ୍ୟ ପାଇପଟି୍ ହାତୀର କବଳରୁ ଖସି ପଡ଼ିବା ଦେଖିବାକୁ ମିଳିନାହିଁ ।
ଭିଡିଓ ସେୟାର କରି ଆଇଏଫଏସ ସୁଶାନ୍ତ ନନ୍ଦା କ୍ୟାପସନରେ ଲେଖିଛନ୍ତି ଯେ, ମୁଁ ବଣୁଆ ଜନ୍ତୁମାନଙ୍କୁ ବନ୍ଦୀ ଅବସ୍ଥାରେ ରଖିବାକୁ ସମର୍ଥନ କରେ ନାହିଁ । କିନ୍ତୁ ହାତୀର ବୁଦ୍ଧିମତାକୁ ସମର୍ଥନ କରେ । ସେ ନିଜେ ଏଠାରେ ସ୍ନାନ କରୁଛି, ଯାହା ଏକ ଉପଭୋଗ୍ୟ ଦୃଶ୍ୟ ।

Leave A Reply

Your email address will not be published.