Latest Odisha News

BREAKING NEWS

ସମ୍ବଲପୁର ସର୍କଲ ଜେଲରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ କଏଦୀ!

ସମ୍ବଲପୁର: ସମ୍ବଲପୁର ସର୍କଲ ଜେଲରେ କଏଦୀଙ୍କ ଆତ୍ମହତ୍ୟା ଅଭିଯୋଗ। ବେକରେ ଗାମୁଛା ଦେଇ ଝୁଲିପଡ଼ିଲେ କଏଦୀ। ଜେଲ୍‌ କୋଠରୀରୁ ମୃତଦେହ ଉଦ୍ଧାର କରିଛି ପୁଲିସ୍। ମୃତକ ଜଣଙ୍କ ହେଲେ ସଦର ଥାନା ସିନ୍ଦୂରପଙ୍କ ଅଞ୍ଚଳର ଧରଣୀଧର ମହାନନ୍ଦ। ତାଙ୍କ ବୟସ ୩୫ ହେବ। ଏକ ପାରିବାରିକ କଳହ ମାମଲାରେ ଧରଣୀଧର ଅଭିଯୁକ୍ତ ସାବ୍ୟସ୍ତ ହୋଇ ଜେଲକୁ ଆସିଥିଲେ। ହେଲେ ଆଜି ଭୋରର ସମୟରେ ତାଙ୍କର ଝୁଲନ୍ତା ମୃତଦେହ ଜବତ ହୋଇଥିଲା।

ଧରଣୀଧରଙ୍କରଙ୍କୁ ଉଦ୍ଧାର କରି ସମ୍ବଲପୁର ସର୍କଲ ଜେଲ କର୍ତ୍ତୃପକ୍ଷ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।ତେବେ ଧରଣୀଧର ଆତ୍ମହତ୍ୟା କରିଛନ୍ତି କି ଅନ୍ୟ କୌଣସି ରହସ୍ୟ ରହିଛି ସେ ବିଷୟରେ ସ୍ପଷ୍ଟ ହୋଇ ନାହିଁ।

ଜେଲ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଧରଣୀଧର ଜେଲ୍ ପରିସରରେ ଥିବା ଏକ ପାଇଖାନାର ସ୍କାଏ ଲାଇଟରେ ଗାମୁଛା ସାହାଯ୍ୟରେ ଝୁଲି ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନିଆଯାଇଥିଲା। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ।

Leave A Reply

Your email address will not be published.