Latest Odisha News

BREAKING NEWS

ସୁନା କିଣିବାକୁ ଯାଉଛନ୍ତି କି ! ଥରେ ନଜର ପକାନ୍ତୁ କେତେ ରହିଛି ସୁନା ଦର ?

ଭୁବନେଶ୍ୱର : ସୁନା ଗହଣା ସମସ୍ତଙ୍କର ପସନ୍ଦ । ବିଶେଷ କରି ମହିଳା ମାନେ ସୁନା ଗହଣା ପିନ୍ଧିବାକୁ ଅଧିକ ପସନ୍ଦ କରିଥାଆନ୍ତି । ସୁନାର କ୍ରମାଗତ ଦର ପରିବର୍ତ୍ତନକୁ ନେଇ ସମସ୍ତେ ଚିନ୍ତିତ । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ସୁନା ଦର ଲୋକଙ୍କୁ ବିଚଳିତ କରିଛି।

ତେବେ ଆଜି କେତେ ରହିଛି ସୁନା ଦର ଆସନ୍ତୁ ଜାଣିବା । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୫,୮୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୦,୬୯୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୬,୫୫୦ ଟଙ୍କା ଓ ୬୧ ,୬୯୦ ଟଙ୍କା ହୋଇଛି।

ଏଥିସହ ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ସ୍ଥିର ରହିଛି । ଦେଶର ରାଜଧାନୀ ନୂଆଦିଲ୍ଲୀରେ ଏହି ଦର ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୬,୬୫୦ ଟଙ୍କା ଓ ୬୧,୮୪୦ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୬,୫୫୦ ଟଙ୍କା ଓ ୬୧,୬୯୦ ଟଙ୍କା ଥିବା ରେକର୍ଡ ହୋଇଛି ।

ସେପଟେ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨,୨୮୫ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୨୨ କ୍ୟାରେଟ ମୂଲ୍ୟ ୫୬,୬୫୦ ଟଙ୍କା ଓ ୨୪ କ୍ୟାରେଟ ମୂଲ୍ୟ ୬୧,୬୯୦ ଟଙ୍କା ରହିଛି । ସେହିପରି ରୁପା ମୂଲ ୭୪,୮୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।

Leave A Reply

Your email address will not be published.