Latest Odisha News

BREAKING NEWS

ଭୁଲ୍ ଇଞ୍ଜେକସନ୍ ଯୋଗୁଁ ପୁରୀରେ ଯୁବକଙ୍କର ମୃତ୍ୟୁ

ପୁରୀ: ପୁରୀ ଜିଲ୍ଲାର ଡେଲାଙ୍ଗ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଫାର୍ମାସିଷ୍ଟଙ୍କ ଦ୍ୱାରା ଭୁଲ୍ ଇଞ୍ଜେକସନ୍ ଦିଆଯିବା ଫଳରେ ରବିବାର ଦିନ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ମୃତକଙ୍କ ନାମ କବିନ୍ଦ୍ର ବେହେରା ଏବଂ ସେ ଡେଲାଙ୍ଗା ବ୍ଲକ ଅନ୍ତର୍ଗତ ରତାପଡା ଗାଁର ବାସିନ୍ଦା ବୋଲି ଜଣାପଡିଛି।

ପ୍ରାପ୍ତ ସୂଚନାନୁଯାୟୀ, କବିନ୍ଦ୍ର ତାଙ୍କ ବେକ ଯନ୍ତ୍ରଣାର ଚିକିତ୍ସା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇଥିଲେ। ଡାକ୍ତର ଓପିଡିରେ ଥିବାବେଳେ ତାଙ୍କୁ ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ଜଣେ ଫାର୍ମାସିଷ୍ଟ ଏକ ଇଞ୍ଜେକ୍ସନ ଦେଇଥିଲେ। ଇଞ୍ଜେକ୍ସନ ଦିଆଯିବା ପରେ ସଙ୍ଗେସଙ୍ଗେ ତାଙ୍କର ମୃତ୍ୟୁ ଘଟିଛି।

ଏନେଇ ଫାର୍ମାସିଷ୍ଟଙ୍କ ଦ୍ୱାରା ଭୁଲ୍ ଇଞ୍ଜେକସନ୍ ଦିଆଯିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ବର୍ଗ ଡାକ୍ତରଖାନାରେ ହଙ୍ଗାମା କରିଥିବା ସୁତ୍ରରୁ ପ୍ରକାଶ ।

Comments are closed.