Latest Odisha News

BREAKING NEWS

ମହିଳା ଟି୨୦ ବିଶ୍ୱକପ କ୍ରିକେଟ: ସେମିରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା

ସିଡନୀ:ଅଲରାଉଣ୍ଡ ପ୍ରଦର୍ଶନ ସହାୟତାରେ ଏଠାରେ ଅନୁଷ୍ଠିତ ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଇଂଲଣ୍ଡ ୪୬ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନାତାଲି ଶିବର(୫୭ରନ)ଙ୍କ ଅର୍ଦ୍ଧଶତକ ସହାୟତାରେ ୨୦ ଓଭରରେ ୫ ଉଇକେଟ ହରାଇ ୧୪୩ରନ କରିଥିଲା । ଜବାବରେ ୧୪୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୱେଷ୍ଟଇଣ୍ଡିଜ ୧୭.୧ ଓଭରରେ ୯୭ ରନରେ ଅଲଆଉଟ ହୋଇ ଯାଇଥିଲା ।

ଅନ୍ୟ ଏକ ମୁକାବିଲାରେ ପାକିସ୍ତାନକୁ ୧୭ ରନରେ ହରାଇ ଦକ୍ଷିଣ ଆଫ୍ରିକା ସେମିକୁ ଉନ୍ନୀତ ହୋଇଛି । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ବିନିମୟରେ ୧୩୬ ରନ କରିଥିଲା । ଜବାବରେ ପାକିସ୍ତାନ ୧୧୯ ରନ କରି ଅଲଆଉଟ ହୋଇ ଯାଇଥିଲା ।

Leave A Reply

Your email address will not be published.