Latest Odisha News

ବିଜେଡି ସାଂସଦଙ୍କ କାର୍ ଧକ୍କାରେ ଆଖି ବୁଜିଲେ ସ୍କୁଟି ଚାଳକ

ବଲାଙ୍ଗିର: ବିଜେଡି ସାଂସଦ ନିରଞ୍ଜନ ବିଶିଙ୍କ ଗାଡ଼ି ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ବୁଧବାର ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ତମିଆ ଛକରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ଇନାପୁର ଗାଁର ଟଙ୍କଧର ବିଶ୍ୱାଳ ବୋଲି ଜଣାପଡ଼ିଛି ।

ତେବେ ଦୁର୍ଘଟଣା ବେଳେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଗାଡ଼ିରେ ବସିଥିବା ଅଭିଯୋଗ ହୋଇଥିବା ବେଳେ ସେ ଖଣ୍ଡନ କରିଛନ୍ତି । ସାଂସଦ ବିଶି କହିଛନ୍ତି, ସ୍କୁଟିକୁ କାର୍ ଧକ୍କା ଦେବା ସମୟରେ ସେ ଗାଡ଼ିରେ ନଥିଲେ । ତାଙ୍କୁ ଛାଡ଼ି ଡ୍ରାଇଭର ଘରକୁ ଫେରିବା ବେଳେ ଦୁର୍ଘଟଣା ଘଟିଥିବା ସାଂସଦ କହିଛନ୍ତି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନିରଞ୍ଜନ ବିଶି କହିଛନ୍ତି, ଶୀତଳ ଷଷ୍ଠୀ ଯାତ୍ରାରେ ଯୋଗ ଦେବା ପାଇଁ ମୁଁ ଗତକାଲି ଖପ୍ରାଖୋଲ ଯାଇଥିଲି । ମୋତେ ଛାଡ଼଼ିବା ପରେ ଡ୍ରାଇଭର ଗାଁକୁ ଫେରୁଥିବା ବେଳେ ଦୁର୍ଘଟଣା ହୋଇଛି । ସ୍କୁଟି ଚାଳକ ଜଣଙ୍କ ଭୁଲ୍ ପାର୍ଶ୍ୱରେ ଆସି ଗାଡ଼ିକୁ ଧକ୍କା ଦେଇଥିବା ସେ କହିଛନ୍ତି । ଦୁର୍ଘଟଣାର ତଦନ୍ତ କରୁଛି ପାଟଣାଗଡ଼ ପୋଲିସ ।

Leave A Reply

Your email address will not be published.