Latest Odisha News

BREAKING NEWS

ନା ମୋଦି ନା ମୁର୍ମୁ-କେହି ସଂସଦ ଭବନ ଉଦଘାଟନ କରିବା ଉଚିତ୍ ନୁହେଁ: ନୂଆ ପ୍ରସ୍ତାବ ଦେଲେ ଓବେସି

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦ୍‌ଘାଟନକୁ ନେଇ ତେଜୁଛି ରାଜନୀତି । ମେ ୨୮ରେ ନୂଆ ସଂସଦ ଭବନ ଉଦଘାଟନ କରାଯିବା କାର୍ଯ୍ୟକ୍ରମ ରହିଛି । ତେବେ ଏହି  ସମାରୋହରେ ଆମ୍ ଆଦମୀ ପାର୍ଟି, ଟିଏମସି ବୟକଟ କରିବା ପରେ କଂଗ୍ରେସ ମଧ୍ୟ  ବୟକଟ  କରିପାରେ ବୋଲି କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ୧୯ ଦଳ ଏହି ସମାରୋହକୁ ବହିଷ୍କାର କରିସାରିଲେଣି ।

BjdElectrycity

କିଏ କରିବ ନୂଆ ସଂସଦ ଭବନର ଉଦଘାଟନ । ଏହାକୁ ନେଇ ଛିଡା ହୋଇଛି ବିବାଦ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଗୃହର ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିବାବେଳେ କଂଗ୍ରେସ, ଟିଏମସି ଏବଂ ଆପ ରାଷ୍ଟ୍ରପତି ଦ୍ରୌପଦୀ ମର୍ମୁ ଏହାର ଉଦଘାଟନ କରନ୍ତୁ ବୋଲି ଦାବି କରିଛନ୍ତି ।
ଏପରି ବିବାଦ ମଧ୍ୟରେ AIMIM ମୁଖ୍ୟ ଅସଦୁଦ୍ଦୀନ ଓବେସୀ ନୂଆ  ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି ନା ମୋଦି ନା ମୁର୍ମୁ । କେହି ବି ନୂଆ ସଂସଦ ଭବନ ଉଦ୍‌ଘାଟନ କରିବା ଉଚିତ ନୁହେଁ ।

ସେ କହିଛନ୍ତି, ନୂଆ ସଂସଦ ଭବନର ଆବଶ୍ୟକତା ରହିଛି । ଏହାକୁ କେହି ଅସ୍ୱୀକାର କରିପାରିବେନି । କାରଣ ଏବର ସଂସଦ ଭବନକୁ ଫାୟର ଡିପାର୍ଟମେଣ୍ଟର ଏନଓସି ନାହିଁ । ୨୦୧୯ ଲୋକସଭା ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ଯେତେବେଳେ ସର୍ବଦଳୀୟ ବୈଠକ ଡାକିଥିଲେ ସେତେବେଳେ ସେ ଏହି ପ୍ରସ୍ତାବ ଦେଇଥିଲେ । ତେବେ ସେ ସମୟରେ ପ୍ରଧାନମନ୍ତ୍ରୀ ବିରକ୍ତ ହୋଇଥିଲେ ।

ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଏହି ନୂଆ ଭବନକୁ ଉଦ୍‌ଘାଟକ କରିବା ସମ୍ବିଧାନର ଉଲ୍ଲଘଂନ ହେବ ।   ଏପରିକି ରାଷ୍ଟ୍ରପତି ବି ଏହାର ଉଦଘାଟନ କରିବା ଉଚିତ ନୁହେଁ । ସେ କହିଛନ୍ତି ନୂଆ ଭବନର ଉଦଘାଟନ ଲୋକସଭା ଅଧ୍ୟକ୍ଷ ଓମ ବିରଲା କରିବା ଉଚିତ । ଯଦି ତାଙ୍କ ଦ୍ୱାରା ଉଦଘାଟନ କରା ନ ଯାଏ ତେବେ ସେ ସମାରୋହରେ ସାମିଲ ହେବେ ନାହିଁ ବୋଲି କହିଛନ୍ତି ।

ଅନ୍ୟପକ୍ଷେ ଆମ୍ ଆଦମୀ ପାର୍ଟି ଦଳର ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ କହିଛନ୍ତି ଯେ ସଂସଦ ଗୃହର ଉଦଘାଟନୀ ସମାରୋହରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ ନକରିବା ଅତ୍ୟନ୍ତ ଅପମାନ।   ଟିଏମସି ନେତା ତଥା ରାଜ୍ୟସଭା ସାଂସଦ ଡେରେକ ଓବ୍ରାଇନ୍ ମଧ୍ୟ ଟ୍ୱିଟ୍ କରି କହିଛନ୍ତି ଯେ ସେ ଏହି କାର୍ଯ୍ୟକ୍ରମରୁ ନିବୃତ ରହିବେ।

ଅନ୍ୟପକ୍ଷେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାମ୍ବାଦିକ ସମ୍ମିଳନୀ କରି ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି। ନୂଆ ସଂସଦ ଭବନ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦୂରଦର୍ଶିତା ପ୍ରମାଣ ବୋଲି ଶାହ କହିଛନ୍ତି। ମେ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନୂଆ ସଂସଦ ଭବନକୁ ଲୋକାର୍ପିତ କରିବେ।   ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତଙ୍କୁ ସମ୍ମାନିତ କରିବେ ବୋଲି ଶାହ କହିଛନ୍ତି।

Leave A Reply

Your email address will not be published.